fbpx

Elon Muskଙ୍କ ଇଣ୍ଟରନେଟ୍ କମ୍ପାନୀ StarLink ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର, ୟୁଜର୍ସଙ୍କୁ କହିଲେ- Sign up କରନ୍ତୁ ନାହିଁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସର୍ଭିସ୍ କୁ ବିନା ଲାଇସେନ୍ସରେ ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ୍ ସର୍ଭିସ୍ ର ଫ୍ରି-ସେଲିଂ ଓ ବୁକିଂକୁ ଝଟକା ଦେଇଛନ୍ତି । ଦୁରସଞ୍ଚାର ବିଭାଗ କହିଛନ୍ତି ଯେ, କମ୍ପାନୀ ଭାରତରେ ତୁରନ୍ତ ଇଣ୍ଟରନେଟ୍ ସର୍ଭିସ୍ ର ବୁକିଂ ଓ ସାଟେଲାଇଟ୍ ଜରିଆରେ ଏହାର ଡେଲିଭେରୀକୁ ବନ୍ଦ କରାଯାଉ । ଭାରତ ସରକାର ମସ୍କଙ୍କ ଷ୍ଟାରଲିଙ୍କ୍ ସେବାକୁ ନ କିଣିବା ନେଇ ଚେତାବନୀ ଦେଇଛନ୍ତି ।

ସରକାର କହିଛନ୍ତି ଯେ, ଭାରତରେ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସେବା ପାଖରେ ଲାଇସେନ୍ସ ନାହିଁ । ଷ୍ଟାରଲିଙ୍କ୍ ନଭେମ୍ବର ୧ ତାରିଖରେ ରେଜିଷ୍ଟର୍ କରାଇଛି । କମ୍ପାନୀ ଏବେଠାରୁ ବିଜ୍ଞାପନ ଦେବା ଆରମ୍ଭ କରିଛି । ଅର୍ଥାତ୍ ଷ୍ଟାରଲିଙ୍କ୍ ପ୍ରି ବୁକିଂ ଆରମ୍ଭ କରିଛି ।

ମିଡିଆ ରିପୋର୍ଟ ଅନୁସାରେ, ଦେଶରେ ୫ହଜାର ରୁ ଅଧିକ ଲୋକ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସେବା ପାଇବା ପାଇଁ ପ୍ରି ବୁକିଂ କରିସାରିଛନ୍ତି । ଷ୍ଟାରଲିଙ୍କ୍ ଭାରତରେ ଗ୍ରାମୀଣ କ୍ଷେତ୍ରରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବାକୁ ଚାହୁଁଛି ।

 

Get real time updates directly on you device, subscribe now.