fbpx
BSKY
BJD MC SKY
BJD YOUTH SKY

ବଡ଼ ଘୋଷଣା: ଚାଷୀଙ୍କ ସାମନାରେ ପୁଣି ମୁଣ୍ଡ ନୁଆଁଇଲେ ସରକାର, ନଡ଼ା ଜଳାଇବା ଏଣିକି ଅପରାଧ ନୁହେଁ- କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଏବେ ନଡ଼ା ଜଳାଇବା ଅପରାଧ ଶ୍ରେଣୀରେ ଆସିବ ନାହିଁ । ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ଦିନ କରିଛନ୍ତି । ସେ କହିଛନ୍ତି ଯେ, କୃଷକ ସଂଗଠନର ଆଉ ଏକ ବଡ଼ ଦାବି ରହିଥିଲା ଯେ, ନଡ଼ା ଜଳାଇବାକୁ ଅପରାଧ ଶ୍ରେଣୀରୁ ବାହାରେ ରଖାଯାଉ । ଏଥିପାଇଁ କେନ୍ଦ୍ର ସରକାର ଚାଷୀଙ୍କର ଏହି ଦାବିକୁ ମଧ୍ୟ ମାନିଛନ୍ତି ।

ବାସ୍ତବରେ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ୍ ୨୦୧୫ ଡିସେମ୍ବର ୧୦ ତାରିଖରେ ଫସଲ ଅବଶେଷକୁ ପୋଡ଼ିବା ଉପରେ ରୋକ୍ ଲଗାଇଥିଲେ । ନଡ଼ା ଜଳାଇଲେ ଅପରାଧ ଭାବରେ ତଦନ୍ତ ମଧ୍ୟ କରାଯାଏ । ଖାଲି ସେତିକି ନୁହେଁ ନଡ଼ା ଜଳାଇବା ଦ୍ୱାରା ଯଦି ଧରାପଡ଼ୁଛନ୍ତି ତେବେ ଦୁଇ ଏକର ଭୁମିକୁ ୨୫୦୦ ଟଙ୍କା, ଦୁଇରୁ ପାଞ୍ଚ ଏକର ଜମି ପାଇଁ ୫ହଜାର ଟଙ୍କା ଓ ଏହାଠାରୁ ଅଧିକ ଜମି ଥିବା ବ୍ୟକ୍ତିଙ୍କୁ ୧୫ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡେ । ହେଲେ ବର୍ତ୍ତମାନ ନଡ଼ା ଜଳାଇବା ଉପରୁ ପ୍ରତିବନ୍ଧକ ହଟାଯିବା ପରେ ଏହାକୁ ଆଉ ଅପରାଧ ଶ୍ରେଣୀରେ ନିଆଯିବ ନାହିଁ ।

Get real time updates directly on you device, subscribe now.