fbpx

କଂଗ୍ରେସକୁ ସରକାର ଦେଲେ ଗୁଡ୍ ନ୍ୟୁଜ୍‌, ଓକିଲ ଅଭିଷେକ ସିଙ୍ଘବୀ କହିଲେ ଦୟାଳୁ କାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ:ଆୟକରକୁ ନେଇ ସମସ୍ୟା ଘେରରେ ରହିଥିବା କଂଗ୍ରେସ ଲାଗି ଏକ ବଡ ଆଶ୍ୱସ୍ତି ଜନକ ଖବର ଆସିଛି । କେନ୍ଦ୍ର ଏହି ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ଆୟକର ବିଭାଗ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସରୁ କୌଣସି ରିକଭରୀ କରିବ ନାହିଁ । ବିଚାରପତି ଭି.ଭି.ନାଗରତ୍ନା ଓ ବିଚାରପତି ଅଗଷ୍ଟିନ୍ ଜର୍ଜ ମସୀହଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ବେଞ୍ଚ ଆୟକର ବିଭାଗ କାର୍ଯ୍ୟବାହୀ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଦାଖଲ ଯାଚିକା ଉପରେ ଶୁଣାଣୀ କରୁଥିଲେ । ଏହାର ୨ ଦିନ ପୂର୍ବରୁ କଂଗ୍ରେସ କହିଥିଲା, ତାକୁ ୧,୮୨୩ କୋଟି ଜୋରିମାନା ସହିତ ୨ ଟି ଅଲଗା ନୋଟିସ୍ ମଧ୍ୟ ମିଳିଛି ।

କଂଗ୍ରେସର ଯାଚିକା ଶୁଣାଣୀ ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ, ମୁଁ ଏହି ମାମଲାରେ ଏକ ବୟାନ ଦେବାକୁ ଚାହୁଁଛି । କଂଗ୍ରେସ ଏକ ରାଜନୈତିକ ଦଳ । ଯେହେତୁ ଏବେ ନିର୍ବାଚନ ଚାଲୁଛି ଆମେ ପାର୍ଟି ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନାହିଁ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି କି ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଆଇଟି ବିଭାଗ କୌଣସି ରିକଭରୀ କରିବ ନାହିଁ । ଏହି ମାମଲାରେ କଂଗ୍ରେସ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ସିଙ୍ଘବୀ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଓ ଏହାକୁ ଦୟାଳୁ କାର୍ଯ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ମାର୍ଚ୍ଚ ଓ ଅଲଗା ଅଲଗା ବର୍ଷ ପାଇଁ ମୋଟ ୩,୫୦୦ କୋଟି ଟଙ୍କାର ଆୟକର ନୋଟିସ୍ ଜାରି କରାଯାଇଥିଲା ।

Get real time updates directly on you device, subscribe now.