fbpx

ଶିକ୍ଷକମାନଙ୍କୁ ବଡ ଉପହାର ଦେଇଛନ୍ତି ସରକାର, କିନ୍ତୁ ଏଥିରୁ ବଞ୍ଚିତ ହେବେ ଆନ୍ଦୋଳନକାରୀ ଶିକ୍ଷକ

ପାଟଣା,୮ ।୪: ଦୀର୍ଘ ଦନ ଧରି ଦରମା ଅପେକ୍ଷାରେ ରହିଥିବା ଶିକ୍ଷକମାନଙ୍କୁ ବଡ ଉପହାର ଦେଇଛନ୍ତି ବିହାର ସରକାର । ଶିକ୍ଷକମାନଙ୍କୁ ଜାନୁଆରୀ ଓ ଫେବ୍ରୁଆରୀର ଦରମା ଦେବା ପାଇଁ ଆଦେଶ ଦେଇଛନ୍ତି ସରକାର । ସମସ୍ତ ଡିଇଓ ଓ ଡିପିଓମାନଙ୍କୁ ଏହି ନିର୍ଦ୍ଦେଶ ଦେବା ବେଳେ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆ କେ ମହାଜନ କହିଛନ୍ତି ଯେ, ଏହି ୨ ମାସର ଦରମା ନିଯୁକ୍ତ ତଥା ନିୟମିତ ଶିକ୍ଷକମାନଙ୍କୁ ଦିଆଯିବା ଉଚିତ୍ । ଏହା ସହ ଫେବ୍ରୁଆରୀ ମାସର ଦରମା ସେହି ମାନଙ୍କୁ ଦିଆଯିବ, ଯେଉଁମାନେ ଆନ୍ଦୋଳନରେ ଯାଇନାହାନ୍ତି ଓ ପରୀକ୍ଷା ମୂଲ୍ୟାୟନ କାର୍ଯ୍ୟରେ ଜଡିତ ଥିଲେ ।

ତେବେ ବିହାରରେ ଗତ ୪୧ ଦିନ ଧରି ୪ ଲକ୍ଷ ଶିକ୍ଷକ ସମାନ ଦାବିରେ ଧର୍ମଘଟରେ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.