fbpx
BJD SKY
BJD SKY

ସମ୍ବଲପୁରରେ ଆଜିଠୁ କଠୋର ହେବ ଲକ୍ ଡାଉନ କଟକଣା

BJD

ସମ୍ବଲପୁର, ୮ା୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ନେଇ ଚିନ୍ତାର ବିଷୟବସ୍ତୁ ପାଲଟିଛି । କରୋନା ସତର୍କତା ନେଇ ସମ୍ବଲପୁରରେ ଆଜିଠୁ ଲକ୍ ଡାଉନ୍ କଟକଣାକୁ କଠୋର କରାଯିବ । ସକାଳ ୭ରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଏହାସହ ସମସ୍ତଙ୍କ ପାଇଁ ମୁଖା, କପଡ଼ା ବା ରୁମାଲ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଜିନିଷ କିଣିବାକୁ ଗାଡ଼ିର ବ୍ୟବହାର କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରି ଗାଡ଼ି ନିଅନ୍ତି ତେବେ ଗାଡ଼ିକୁ ଜବତ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୮ଟି ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.