fbpx
BSKY
BJD YOUTH SKY
BJD MS SKY

୪ ମାସ ମଧ୍ୟରେ ମଣିଷ ଉପରେ ଟୀକା ପରୀକ୍ଷା କରିବ ‘ଭାରତ ବାୟୋଟେକ୍’: ରିପୋର୍ଟ

ନୂଆଦିଲ୍ଲୀ,୮ ।୪: ଭାରତ ସମେତ ବିଶ୍ୱ ଏହି କରୋନା ଭାଇରସ ସହ ଲଢେଇ କରୁଛି । ଆମରିକା ଓ ଚୀନ୍ ଟୀକା ପ୍ରସ୍ତୁତ କରିବା ପ୍ରତିଯୋଗିତା ମଧ୍ୟରେ ହାଇଦ୍ରାବାଦର ଟୀକା କମ୍ପାନୀ ଭାରତ ବାୟୋଟେକ୍ ଆସନ୍ତା ୪ ମାସ ଭିତରେ ବିକଶିତ କରିଥିବା ଟୀକାକୁ ମଣିଷ ଉପରେ ପରୀକ୍ଷା କରିବାକୁ ଯାଉଛି । ବର୍ତ୍ତମାନ ଏହା ପଶୁ ଉପରେ ପରୀକ୍ଷା ଚାଲିଛି । ଏହି ଟୀକା ୨୦୨୦ ଶେଷ ପୂର୍ବରୁ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ମୁତାବକ, ବିଶ୍ୱର ସମସ୍ତ ବୈଜ୍ଞାନିକ ଓ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ କରୋନା ମୁକାବିଲା ପାଇଁ ଟୀକା ପ୍ରସ୍ତୁତରେ ଲାଗିପଡିଛନ୍ତି । ବର୍ତ୍ତମାନ ସୁଦ୍ଧା କୋଭିଡ୍-୧୯ ପାଇଁ ୧୪୦ରୁ ଅଧିକ ଔଷଧ ଓ ଟୀକା ପ୍ରସ୍ତୁତ ହୋଇସାରିଛି, ଯାହାକି ପରୀକ୍ଷାମୂଳକ ସ୍ତରରେ ରହିଛି । ଏହା ମଧ୍ୟରୁ ୧୧ଟି ଔଷଧର ଅଲଗା-ଅଲଗା ସ୍ତରରେ କ୍ଲିନିକ୍ ପରୀକ୍ଷା ଚାଲିଛି ।

ତେବେ ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନୀ ଏହି ଟୀକାକୁ ନାକ ଡ୍ରପ୍ ଭାବେ ପ୍ରସ୍ତୁତ କରିଛି । ଅର୍ଥାତ୍ ଟୀକାର ଗୋଟିଏ ବୁନ୍ଦା ନାକରେ ଢାଳିବାକୁ ପଡିବ । କୋରୋଫ୍ଲୁ ନାମକ ଏହି ଟୀକା କରୋନା ସହ ଫ୍ଲୁର ମଧ୍ୟ ଚିକିତ୍ସା କରିବ । ଭାରତ ବାୟୋଟେକର ସିଏଡି ବା ବୈଜ୍ଞାନିକ କୃର୍ଷ୍ଣା ଏଲା କହିଛନ୍ତି ଯେ, କରୋନା ଭାଇରସ୍ ନାକ ଦ୍ୱାରା ଶରୀର ମଧ୍ୟକୁ ଯାଇଥାଏ ଓ ଫୁସଫୁସରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଆକ୍ରାନ୍ତ କରିଥାଏ । ସେଥିପାଇଁ ଏହାକୁ ନାକ ଟୀକା ଭାବରେ ପ୍ରସ୍ତୁତ କରାଯାଇଛି ।ଏହି ଟୀକା ମାଧ୍ୟମରେ କରୋନାକୁ ସମ୍ପୂର୍ଣ୍ଣ ରୂପେ ମାରିହେବ । ଗୋଟିଏ ବୋତଲରେ ୧୫ରୁ ୨୦ ବୁନ୍ଦା ମେଡିସିନ୍ ରଖିଥିବା ବେଳେ ପ୍ରତିବର୍ଷ ୩୦ କୋଟି ଟୀକା ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କୃଷ୍ଣା କହିଛନ୍ତି ।

Get real time updates directly on you device, subscribe now.