fbpx

୧୪ ଏପ୍ରିଲ୍ ପରେ ଖୋଲିପାରେ ଲକ୍ ଡାଉନ୍: କିନ୍ତୁ ବନ୍ଦ ରହିବ ସ୍କୁଲ କଲେଜ,ଧର୍ମସ୍ଥଳ ଓ ସପିଂ ମଲ୍

ଲକ୍ ଡାଉନ ଖୋଲିବା ପାଇଁ ଏପର୍ଯ୍ୟନ୍ତ କୈାଣସି ରାଜ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି ।ଗତ ୨୫ ତାରଖରୁ ଆରମ୍ଭ ହୋଇଥିବା ଲକ୍ ଡାଉନ ୧୪ ଏପ୍ରିଲ ରେ ସରିବାର ଅଛି । କିନ୍ତୁ ଗତ ୧୪ ଦିନରେ କରେନା ପାଇଁ କରାଯାଉଥିବା ଟେଷ୍ଟ ୫ ଗୁଣା ବଢ଼ିଛି ।ହେଲେ ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବଢ଼ି ୯ ଗୁଣ ହୋଇଛି । ଏଭଳି ଅବସ୍ଥାରେ ସ୍କୁଲ କଲେଜ,ଧର୍ମସ୍ଥଳ ,ସପିଂ ମଲ୍ ଖୋଲିବା ନେଇ କୋଭିଡ -୧୯ ପାଇଁ ଗଠିତ ମନ୍ତ୍ରୀ ସ୍ତରୀୟ କମିଟି ଏକମତ ନୁହନ୍ତି । ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସାଧାରଣତ ସ୍ପୁଲ ଗୁଡିକ ମେ ମାସରୁ ଖରାଛୁଟି ଶେଷ ଯାଏ ଅର୍ଥାତ ଜୁନ ଶେଷ ସପ୍ତାହ ପାର୍ଯ୍ୟନ୍ତ ବନ୍ଦରହେ । ତେଣୁ ଏପ୍ରିଲ୍ ୧୪ ରୁ ୪ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ମେ ଯାଏ ଓ ପରେ ଜୁନ ଶେଷ ଯାଏ ବନ୍ଦ ରହିବ । ସେହିପରି କମିଟି ଅନୁଭବ କରିଛି ଧର୍ମ ସ୍ଥଳ ଓ ସପିଂ ମଲ ମଧ୍ୟ ୧୪ ତାରିଖ ପରେ ସ୍ୱଭାବିକ ଭାବେ କାମ କରିବା ଠିକ୍ ନୁହେଁ । କମିଟି ଏନେଇ ପ୍ରଧାନମନ୍ତ୍ରୀଙ୍କୁ ସୁପାରିଶ କରିବ ।

Get real time updates directly on you device, subscribe now.