fbpx
BSKY SKY
BSKY SKY

ଭାରତରେ ୧୨୪ମୁଣ୍ଡ ନେଲାଣି କରୋନା

BSKY

ନୂଆଦିଲ୍ଲୀ, ୮।୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୪ହଜାର ଟପିଛି । ୪୭୮୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୩ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୪୩୧୨ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ୪୮ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮୨ହଜାର ୦୧୯ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ଲକ୍ଷ ୩୦ହଜାର ୫୧୬ ଅଛନ୍ତି । ସୁସ୍ଥ ହୋଇ ୩ଲକ୍ଷ ୧ହଜାର ୮୨୮ଜଣ ଘରକୁ ଫେରିଛନ୍ତି ।ଇଟାଲୀରେ ସର୍ବାଧିକ ୧୭ ହଜାର ୧୨୭ ଜଣ, ସ୍ପେନ୍‌ରେ ୧୪ ହଜାର ୦୪୫, USAରେ ୧୨୮୩୭, ଫ୍ରାନ୍ସରେ ୧୦୩୨୮, ଇରାନରେ ୩୮୭୨, ଚୀନ୍‌ରେ ୩୩୩୧ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.