fbpx
BSKY SKY
BSKY SKY

ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ,କିନ୍ତୁ କଣ କେବଳ ମାସ୍କ ପିନ୍ଧିଲେ ହେବନି କରୋନା ?

BSKY

ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ତୁଣ୍ଡି ନବାନ୍ଧିଲେ ଗଣିବେ ତଣ୍ଡ । କିନ୍ତୁ କଣ କେବଳ ମାସ୍କ ପିନ୍ଧିଲେ ହେବନି କରୋନା ? କେବଳ ମାସ୍କ ପିନ୍ଧିଦେଲେ କୋରୋନାକୁ ମାତ୍ ଦେଇ ହେବନି । ଏହାସତ ଯେ ମାସ୍କ ଏକ ବ୍ୟକ୍ତିଗତ ସୁରକ୍ଷା ଉପକରଣ । କିନ୍ତୁ ମାସ୍କ କୋରୋନା ଲଢ଼େଇ ପାଇଁ ଯଥେଷ୍ଟ ନୁହେଁ । କେବଳ ମାସ୍କ ପିନ୍ଧିବା ଦ୍ୱାରା covid -19 ମହାମାରୀକୁ ରୋକାଯାଇପାରିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗ୍ରେବ୍ୟୁରେସସ ଏଭଳି ବୟାନ ରଖିଛନ୍ତି ।
ମାସ୍କକୁ କେବଳ ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହାର କରାଯାଇପାରିବ । କିନ୍ତୁ ଏହା କୌଣସି ସମାଧାନର ରାସ୍ତା ନୁହେଁ । କେବଳ ମାସ୍କ ପିନ୍ଧିଦେଲେ covid -19 ମହାମାରୀକୁ ଆମେ ରୋକି ପାରିବା ନାହିଁ । ଯେତେବେଳେ ସମଗ୍ର ବିଶ୍ୱରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦ ହଜାର ପାର୍ ହୋଇସାରିଛି, ସେତେବେଳେ WHO ମହାନିର୍ଦ୍ଦେଶକଙ୍କ ଏ ବୟାନ ବେଶ୍ ଗୁରୁତ୍ୱବହନ କରୁଛି । ବିକଳ୍ପ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

Get real time updates directly on you device, subscribe now.