fbpx

ନଭେମ୍ବର ମାସରେ ୧.୪୬ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଜାଣନ୍ତୁ ଓଡ଼ିଶାରେ କେତେ ?

ନୂଆଦିଲ୍ଲୀ: ନଭେମ୍ବର ମାସରେ ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ମାଧ୍ୟମରେ କେନ୍ଦ୍ର ସରକାର ୧.୪୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଗଲା ବର୍ଷ ନଭେମ୍ବର ମାସରେ ଆୟର ହୋଇଥିବା ଜିଏସ୍‌ଟି ତୁଳନାରେ ଏହା ପ୍ରାୟ ୧୦.୯% ଅଧିକ । କିନ୍ତୁ ଅକ୍ଟୋବର ମାସ ତୁଳନାରେ ଏହା ୩.୯% କମ୍ ରହିଛି । ଅର୍ଥମନ୍ତ୍ରଳାୟ ଗୁରୁବାର(ଡିସେମ୍ବର ୧ ତାରିଖ)ରେ ଏହି ସୂଚନା ଦେଇଛନ୍ତି । ଏହି ସମୟରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ୪,୧୬୨ କୋଟି ରହିଛି । ଯାହା ଗତବର୍ଷ ନଭେମ୍ବର ମାସ ତୁଳନାରେ ମାତ୍ର ୧% ବୃଦ୍ଧି ପାଇଛି ।

ଅକ୍ଟୋବର ମାସରେ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ୧.୫୨ ଲକ୍ଷ କୋଟି ଥିଲା ଏବଂ ଗତବର୍ଷ ନଭେମ୍ବରରେ ଏହା ୧.୩୨ ଲକ୍ଷ କୋଟି ଥିଲା । ନଭେମ୍ବରରେ ଜିଏସ୍‌ଟି ସଂଗ୍ରହରେ ହ୍ରାସ ପରେ ମଧ୍ୟ ଲଗାତାର ୯ ମାସ ଧରି ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଉପରେ ରହିଛି ।

ନଭେମ୍ବରରେ ସଂଗ୍ରହ ହୋଇଥିବା ୧.୪୬ ଲକ୍ଷ କୋଟି ମୋଟ୍ ଜିଏସ୍‌ଟି ରୁ ସେଣ୍ଟ୍ରାଲ୍ ଜିଏସ୍‌ଟି ୨୫,୬୮୧ କୋଟି ରହିଥିବା ବେଳେ ଷ୍ଟେଟ୍ ଜିଏସ୍‌ଟି ୩୨,୬୫୧ ରହିଛି । ସେହିପରି ଇଣ୍ଟିଗ୍ରଟେଡ୍ ଜିଏସ୍‌ଟି ୭୭,୧୦୩ ଏବଂ ସେସ୍ ୧୦,୪୩୩ କୋଟି ରହିଛି ।

Get real time updates directly on you device, subscribe now.