fbpx
BJD SKY
BJD SKY

ଏହି ୩ଟି କାମକୁ ଅଧାରୁ ଛାଡ଼ିବା ପଡ଼ିପାରେ ମହଙ୍ଗା: ହୋଇପାରେ କ୍ଷତି

BJD

ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ହେଉଛି ଗରୁଡ଼ ପୁରାଣ । ଏହା ୧୮ ମହାପୁରାଣ ମଧ୍ୟରୁ ଅନ୍ୟତମ । ଗରୁଡ଼ ପୁରାଣରେ ଭଗବାନ୍ ବିଷ୍ଣୁ ଓ ଗରୁଡ଼ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ ବର୍ଣ୍ଣନା କରାଯାଇଛି । ଗରୁଡ଼ ପୁରାଣ ବିଷ୍ଣୁ ପୁରାଣର ଏକ ଅଂଶ, ଯେଉଁଥିରେ ଜନ୍ମ, ମୃତ୍ୟୁ ଓ ମୃତ୍ୟୁ ପରର ଘଟଣା ବିଷୟରେ କୁହାଯାଇଛି । ଏପରି ରହସ୍ୟମୟ ଜିନିଷ ଗରୁଡ ପୁରାଣରେ କୁହାଯାଇଛି, ଯେଉଁ କାରଣରୁ ଜଣେ ବ୍ୟକ୍ତିର ଜୀବନ ଖୁସି ଏବଂ ସଫଳ ହୁଏ । ଗରୁଡ଼ ପୁରାଣରେ ଉଲ୍ଲେଖ ଜିନିଷଗୁଡ଼ିକର ଅନୁସରଣ କରିବା ଦ୍ୱାରା ଜଣେ ବ୍ୟକ୍ତି ଅନେକ ସମସ୍ୟାରୁ ମୁକ୍ତି ପାଇଥାଏ । ଗରୁଡ ପୁରାଣରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି, ଯାହା କେବେ ବି ଅସମ୍ପୂର୍ଣ୍ଣ ବା ଅଧାରୁ ଛାଡ଼ିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଆପଣ ଏକ ବଡ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଅଗ୍ନି :-
ଗରୁଡ ପୁରାଣରେ କୁହାଯାଇଛି ଯେ, ନିଆଁ ଲାଗିବା ପରେ ଅପେକ୍ଷା ନାହିଁ ଓ ଏହାକୁ ଅଧାରୁ ଛାଡନ୍ତୁ ନାହିଁ । ଏଥିପାଇଁ କୌଣସି ଜାଗାରେ ନିଆଁ ଲାଗିଲେ ତୁରନ୍ତ ଲିଭାଇବାକୁ ଚେଷ୍ଟା କରନ୍ତୁ । କାରଣ ନିଆଁର ଛୋଟ ମାତ୍ରା ବି ସବୁକିଛି ଜାଳି ପୋଡ଼ି ପାଉଁଶ କରିପାରେ ଓ ଧନ ଜୀବନକୁ କ୍ଷତି ହୋଇପାରେ ।

ରୋଗ :–
ରୋଗ ଛୋଟ ହେଉ ବା ବଡ଼, ଏହାକୁ ହାଲୁକାରେ ନେବା ଉଚିତ୍ ନୁହେଁ । କାରଣ ବେଳେବେଳେ ଏକ ଛୋଟ ରୋଗ ମଧ୍ୟ ଗମ୍ଭୀର ରୋଗର କାରଣ ହୋଇଯାଏ । ସେଥିପାଇଁ ରୋଗ ଚିହ୍ନଟ ହେବା ମାତ୍ରେ କିମ୍ବା ଶାରୀରିକ ଯନ୍ତ୍ରଣା ହେଲେ ତୁରନ୍ତ ଚିକିତ୍ସା କର । ଏହା ସହ ଯେପର୍ଯ୍ୟନ୍ତ ଏହି ରୋଗ ମୂଳରୁ ଭଲ ହୋଇନାହିଁ, ସେ ପର୍ଯ୍ୟନ୍ତ ଚିକିତ୍ସା କିମ୍ବା ଔଷଧ ବନ୍ଦ କରନ୍ତୁ ନାହିଁ ।

ଋଣ :-

ଋଣକୁ ଅସମ୍ପୂର୍ଣ୍ଣ ଛାଡି ଭୁଲ୍ କରନ୍ତୁ ନାହିଁ ଏବଂ ଠିକ୍ ସମୟରେ ତାହାକୁ ପରିଶୋଧ କରନ୍ତୁ । କାରଣ ଯଦି ଆପଣ ଋଣକୁ ମଝିିରେ ଛାଡିଦିଅନ୍ତି, ତେବେ ଆପଣଙ୍କୁ ମୂଳଠାରୁ ଅଧିକ ସୁଧ ଅର୍ଥାତ୍ ଋଣ ଅପେକ୍ଷା ଅଧିକ ସୁଧ ଦେବାକୁ ପଡିବ ।

Get real time updates directly on you device, subscribe now.