fbpx
BJD SKY
BJD SKY

ଗ୍ରୀନ ହାଉସ ଚାଷ ପ୍ରଣାଳୀରେ ହୋଇପାରିବେ ଲାଭବାନ: କୃଷି କାର୍ଯ୍ୟ ପାଇଁ ସରକାର ଦେଉଛନ୍ତି ୫୦% ସବସିଡି

BJD

ଗ୍ରୀନ ହାଉସ ଚାଷ ପ୍ରଣାଳୀରେ ଚାଷ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଗ୍ରୀନ ହାଉସ ଚାଷ ପ୍ରଣାଳୀ ଉଦ୍ୟାନ କୃଷି ଏବଂ ଫୁଲ ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ତେବେ ଗ୍ରୀନ ହାଉସ ଚାଷ ପ୍ରଣାଳୀ ଦ୍ୱାରା ଚାଷ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ, ସୁଚିନ୍ତିତ ଯୋଜନାର ଆବଶ୍ୟକତା ରହିଛି । ଯାହା ଆପଣଙ୍କୁ ଆଖିଦୃଶିଆ ଲାଭ ଦେଇପାରେ ।

ତେବେ ପ୍ରାଥମିକ ଆବଶ୍ୟକତାକୁ ଛାଡ଼ିଦେଲେ ଅନ୍ୟାନ୍ୟ ଜିନିଷ ରହିଛି ଯେଉଁଥିପାଇଁ ଟଙ୍କାର ଆବଶ୍ୟକତା ରହିଛି ଯାହାକି ସଂପୂର୍ଣ୍ଣ ପ୍ରଣାଳୀକୁ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ । ଏହି ସବୁ ମଧ୍ୟରେ ରହିଛି ଇଲେକ୍ଟ୍ରିକ ମୋଟର ପମ୍ପ, ଟ୍ରାକ୍ଟର ଏବଂ ଅନ୍ୟ ମେସିନ ସମ୍ବନ୍ଧୀୟ ଯନ୍ତ୍ରାଂଶ, ଯଦି ପାଣିର ସୁବିଧା ନାହଁ ଆପଣ ନୂଳକୂପ କିମ୍ବା କୂଅ ଖୋଳାଇପାରିବେ ଏବଂ ପାଇପ୍ ସଂଯୋଗ କରିବାକୁ ପଡ଼ିବ, ଜଳସେଚନ ପ୍ରଣାଳୀ ଲଗାଇବାକୁ ପଡ଼ିବ ଏବଂ ଫଳ କିମ୍ବା ପନିପରିବା ଲଗାଇବା ପାଇଁ ଭଳି ଅନେକ ଜିନିଷ ରହିଛି । ତେବେ ଏହି ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ଅର୍ଥ ଦରକାର ହୋଇଥାଏ ।

ଏହା ଏକ ବ୍ୟୟବହୁଳ ଚାଷ ପ୍ରଣାଳୀ ହୋଇଥିଲେ ବି ଏଥିରେ ଡରିବାର କିଛି ନାହିଁ କାରଣ ସରକାରଙ୍କ ତରଫରୁ ଗ୍ରୀନ ହାଉସ ଚାଷ ପ୍ରଣାଳୀକୁ ଉତ୍ସାହିତ କରିବା ପାଇଁ ସବସିଡିର ମଧ୍ୟ ସୁବିଧା ରହିଛି । ଏହି ସବସିଡି ଆପଣଙ୍କୁ ଲୋନରେ ମିଳିପାରିବ କିମ୍ବା ପ୍ରୋଜେକ୍ଟର ସମୁଦାୟ ଖର୍ଚ୍ଚ ଉପରେ ନେଇପାରିବେ ।

ସବୁଜ ଗୃହ ଚାଷ ପାଇଁ ଭାରତରେ ନିୟାମକ ସଂସ୍ଥା ହେଉଛି ଜାତୀୟ ଉଦ୍ୟାନ କୃଷି ବୋର୍ଡ(ଏନଏଚବି) । ଏନଏଚବି ଗ୍ରୀନ ହାଉସ ପ୍ରୋଜେକ୍ଟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି । ପ୍ରାୟ ୫୦ ଲକ୍ଷ ପର୍ଯ୍ୟନ୍ତ ସବସିଡି ମିଳିପାରିବ । ପ୍ରତି ରାଜ୍ୟ ମାନଙ୍କରେ ମଧ୍ୟ ରାଜ୍ୟ ଉଦ୍ୟାନ କୃଷି ମିଶନ ଅନୁଯାୟୀ ଚାଷୀଙ୍କୁ ଅତିରିକ୍ତ ୧୫-୨୫ % ସବସିହି ଦିଆଯାଉଛି । କେହି ଚାଷୀ ସବୁଜ ଗୃହ ଚାଷ କରିବାକୁ ଚାହୁଥିଲେ ସରକାରଙ୍କ ଠାରୁ ସହଜରେ ସବସିଡି ପାଇପାରିବେ ।

ଦେଶରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆସି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ପ୍ରମୁଖ ବ୍ୟାଙ୍କ ମାନେ ସବସିଡି ଯୋଗାଉଛନ୍ତି ।

Get real time updates directly on you device, subscribe now.