fbpx
BJD SKY
BJD SKY

କୃଷି କ୍ଷେତ୍ରରେ ବଡ ସଫଳତା: ଚାଷ କରି ଲାଭବାନ ହୋଇଛନ୍ତି ଭିଜିଆନଗରମର ଦୁଇ ଯୁବକ

BJD

ଆଜିର ଯୁବପିଢୀଙ୍କ କ୍ୟାରିୟର ଅପ୍ସନରେ କୃଷି ବୋଧହୁଏ ସମ୍ପୂର୍ଣ୍ଣ ଶେଷରେ ଆସିଥାଏ । କିନ୍ତୁ ଭିଜିଆନଗରମର ଦୁଇ ଯୁବକ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି । କୃଷି କ୍ଷେତ୍ରରେ ଭବିଷ୍ୟତ ଗଢିବା ସହିତ ବିଭିନ୍ନ ସମସ୍ୟାକୁ ଅତିକ୍ରମ ହୋଇଛନ୍ତି ଏହି ଦୁଇ ଛାତ୍ର । କରୋନା ସମୟରେ ଘରେ ବସି ରହିଥିବା ସମୟରେ ସେମାନେ କୃଷିକୁ ବୃତ୍ତି ଭାବରେ ଆପଣେଇ ନେଇଥିଲେ । ଆସନ୍ତୁ ଜାଣିବା ଏହି ଦୁଇ ସଫଳ ଚାଷୀଙ୍କ ବିଷୟରେ ।

କୋଲକାତାରେ ମ୍ୟାନେଜମେଣ୍ଟ କରି ଫେରିଥିବା ନବୀନ ପେର୍ଲା ଏବଂ ହାଇଦ୍ରବାଦର ଇଞ୍ଜିନିୟରିଙ୍ଗ ଛାତ୍ର ସୁଧୀର ଭାଜରାପୁ କରୋନା ପାଇଁ ଘରକୁ ଫେରି ଆସିଥିଲେ । ଲକଡାଉନ-ଶଟଡାଉନ ପରିସ୍ଥିତି ଯୋଗୁଁ କାମ ନମିଳିବାରୁ କୃଷିକୁ ବୃତ୍ତି ଭାବରେ ବାଛି ଥିଲେ ଉଭୟ ଯୁବକ । ଏକ କନଫରେନ୍ସ ଯୋଗେ ପରସ୍ପରଙ୍କୁ ଚିହ୍ନିବା ସହିତ କୃଷି କ୍ଷେତ୍ରରେ ଆଗକୁ ବଢିବା ପାଇଁ ମନସ୍ଥ କରିଥିଲେ । କରୁକଣ୍ଡା ନିକଟରେ ୨୫ ଏକର ଜମି ଲିଜ ନେଇ ନିଜର ଫାର୍ମିଙ୍ଗ ଆରମ୍ଭ କରିଥିଲେ ନବୀନ ଏବଂ ସୁଧୀର । କୃଷି କ୍ଷେତ୍ରରେ ବିଭିନ୍ନ ଏକ୍ସପର୍ଟଙ୍କ ରାୟ ମୁତାବକ ଏମାନେ ବିଭିନ୍ନ ପରିବା ଚାଷ ଆରମ୍ଭ କଲେ । ଏବଂ ଖୁବ କମ ସମୟରେ ସେମାନେ ହାସଲ କରିଥିଲେ ସଫଳତା । ଏବେ ଗ୍ରାମର ୧୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ରୋଜଗାର ଯୋଗାଇବା ସହିତ ପ୍ରାୟ ୪୦ ଲକ୍ଷ ଟଙ୍କାର ଟର୍ନ ଓଭର ଆୟ କରିପାରନ୍ତି ନବୀନ-ସୁଧୀର ।

କିନ୍ତୁ ଏତିକିରେ ଅଟକି ନଥିଲା ଏହି ଯୋଡିର ଚମତ୍କାର । ଆଗକୁ ଫାର୍ମର ଇକୋସିଷ୍ଟମ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠା କରିଥିଲେ ଯାହା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟର ମାନ୍ୟତା ମଧ୍ୟ ହାସଲ କରିପାରେ । ଏହି କମ୍ପାନୀ କୃଷକ ଏବଂ କୃଷି ବ୍ୟବସାୟୀଙ୍କ ମଧ୍ୟରେ ଏକ ସେତୁ ହୋଇ କାମ କରୁଛି । ତେବେ ୧୫ କୋଟଇ ଟଙ୍କାର ଟର୍ନ ଓଭର ସହିତ ୩୫ ଲକ୍ଷରୁ ଅଧିକ ଟଭ୍କାର ଗ୍ରସ ପ୍ରଫିଟ ଆୟ କରି ପାରିବେ ବୋଲି କହିଛନ୍ତି ନବୀନ ।

Get real time updates directly on you device, subscribe now.