fbpx

ରାଜ୍ୟରେ ବିଧାୟକ ମାନଙ୍କୁ ସମ୍ମାନ ଦେଉ ନାହାନ୍ତି ସରକାରୀ ଅଧିକାରୀ, ଉଦବେଗ ପ୍ରକାଶ କଲେ ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଅଧିକାରୀ ମାନେ ନିର୍ବାଚିତ ବିଧାୟକ ମାନଙ୍କୁ ସମ୍ମାନ ଦେଉ ନ ଥିବାରୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଜି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ରାଜ୍ୟରେ ବୁକ ସର୍କୁଲାର ୪୭ ପାଳନ ହେଉ ନ ଥିବାରୁ ସେ ଏ ସମ୍ପର୍କରେ ପୂର୍ବରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଏହାର କୌଣସି ସୁଫଳ ମିଳିନଥିଲା । ଏବେ ମଧ୍ୟ କୌଣସି ଅଧିକାରୀ ବୁକ ସର୍କୁଲାର ୪୭କୁ ପାଳନ କରୁନାହାନ୍ତି ।

ସେ କହିଛନ୍ତି ଏହି ସର୍କୁଲାର ଅନୁସାରେ କୌଣସି ଅଧିକାରୀଙ୍କୁ ବିଧାୟକ ସେହି ଅଂଚଳର ସମସ୍ୟ ନେଇ ପତ୍ର ଲେଖିେଲେ ସଂପୃକ୍ତ ଅଧିକାରୀ ତାର ଉତ୍ତର ଦେବା ଉଚିତ୍‍ । କିନ୍ତୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ କି ଅଧିକାରୀମାନେ ବିଧାୟକମାନଙ୍କ ପତ୍ରର ଉତର ମଧ୍ୟ ଦେଉ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ କରା ଯାଉଥିବା ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକମାନଙ୍କର ନାମ ଫଳକରେ ଦିଆ ଯାଉ ନାହିଁ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.