fbpx

ଅକ୍ସର ପଟେଲଙ୍କୁ ମିଳିଲା ଉପ-ଅଧିନାୟକ ପଦ: ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଲା ବଡ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ତେବେ କେବଳ ଏଡି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ ପାଇଁ ସେ ଅନେକ ମ୍ୟାଚ ୱିନିଙ୍ଗ ପ୍ରଦର୍ଶନ କରିଛନ୍ତି । ଯାହାର ଫଳ ଆଜି ତାଙ୍କୁ ମିଳିପାରିଛି । ଲଗାତାର ଭାବେ ସୁନ୍ଦର ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦଳର ଉପଅଧିନାୟକ ପଦ ଉପହାର ମିଳିଛି ।

ଆସନ୍ତା ଆଇପିଏଲ-୨୦୨୩ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ । ତେଣୁ ତାଙ୍କ ସ୍ଥାନରେ ନୂଆ ଅଧିନାୟକ ନିୟୋଜିତ କରିଛି ଟିମ ମ୍ୟାନେଜମେଣ୍ଟ । ଋଷଭ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡାଭିଡ ୱାର୍ଣ୍ଣରଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଏହାପରେ ଦଳର ଉପଅଧିନାୟକ ପଦ ମଧ୍ୟ ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲଙ୍କ ହାତରେ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଭାରତ ପାଇଁ ଲଗାତାର ଜବରଦସ୍ତ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦିଲ୍ଲୀ ଏଭଳି ଏକ ଉପହାର ଭେଟି ଦେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଦଳର ଅଧିନାୟକ ଏବଂ ଉପଅଧିନାୟକଙ୍କ ନାଁ ସ୍ପଷ୍ଟ କରି ସାରିଛି । ଫ୍ରାଞ୍ଚାଇଜିର ଜଣେ ସଦସ୍ୟ କହିଛନ୍ତି ଯେ, ଡାଭିଡ ୱାର୍ଣ୍ଣର ହିଁ ଆମ ଦଳର ଅଧିନାୟକ ହେବେ ଏବଂ ଉପ-ଅଧିନାୟକ ଦାୟିତ୍ୱରେ ରହିବେ ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ।

ଅକ୍ସର ପଟେଲ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ୮୪ ରନ କରି ଗୋଟିଏ ୱିକେଟ ନେଇଥିଲେ । ଏହାପରେ ଦିଲ୍ଲୀ ଟେଷ୍ଟରେ ବୋଲିଂରେ ସଫଳତା ନ ପାଇଥିଲେ ମଧ୍ୟ ବ୍ୟାଟିଂରେ ୭୪ ରନ ସଂଗ୍ରହ କରିଥିଲେ ଅକ୍ସର । ସେପଟେ ଦିଲ୍ଲୀର ନୂଆ ଅଧିନାୟକ ଡାଭିଡ ୱାର୍ଣ୍ଣର ପୂର୍ବରୁ ସନରାଇଜର୍ସ ହାଇଦ୍ରବାଦର ନେତୃତ୍ୱ ନେଇ ସାରିଛନ୍ତି । ତାଙ୍କ ଅଧୀନରେ ୨୦୧୬ରେ ଚମ୍ପିଆନ ପାଲଟିଥିଲା ହାଇଦ୍ରାବାଦ । ତେଣୁ ପ୍ରଥମ ଟାଇଟଲ ଲକ୍ଷ୍ୟଷର ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଥର ଟ୍ରଫି ଜିତିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.