fbpx

ଅବହେଳାର ଚରମସୀମା ; ବାମ ଗୋଡରେ ଯନ୍ତ୍ରଣା ଥିିଲା, ଡାକ୍ତର କାଟିଲେ ଡାହାଣ ଗୋଡ

ନୂଆଦିଲ୍ଲୀ : ଡାକ୍ତରମାନଙ୍କ ଅବହେଳା ଏବେ ଚରମସୀମାରେ ପହଞ୍ଚିଛି । ସେଥିପାଇଁ ରୋଗୀଙ୍କୁ ଅଧିକରୁ ଅଧିକ କଷ୍ଟ ଭୋଗିବାକୁ ପଡୁଛି । ଯେତିକି କଷ୍ଟ ନେଇ ସେମାନେ ଆରୋଗ୍ୟ ଲାଭ ପାଇଁ ଆସୁଛନ୍ତି , ତାଠାରୁ ଅଧିକ କଷ୍ଟ ସାଙ୍ଗରେ ନେଇ ଯାଉଛନ୍ତି । ଏଭଳି ଏକ ଘଟଣା କରେଳ ରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ୬୦ ବର୍ଷର ଜଣେ ମହିଳା ଗୋଡ ଯନ୍ତ୍ରଣା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ ହେଲେ ସେଠି ତାଙ୍କର ଭୁଲ ସର୍ଜରୀ କରାଗଲା । ମହିଳାଙ୍କ ବାମ ଗୋଡରେ ଯନ୍ତ୍ରଣା ହେଉଥିବା ବେଳେ ଡାକ୍ତର ତାଙ୍କର ଡାହଣ ଗୋଡକୁ ସର୍ଜରୀ କରିଥିଲେ । ଫେବୃୟାରୀ ୨୦ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୧ ତାରିଖ ମଙ୍ଗଳବାରେ ତାଙ୍କର ସର୍ଜରୀ ହୋଇଥିଲା ।

ସେ ଅଭିଯୋଗ କରିଛନ୍ତି ଯେ, ବର୍ଷେ ତଳେ କବାଟରେ ଚାପି ହୋଇ ତାଙ୍କ ବାମ ପଟ ଗୋଡରେ ଆଘାତ ଲାଗିଥିଲା । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତର ପାଖକୁ ଯାଇଥିଲେ । ତାଙ୍କର ସର୍ଜରୀ ହେବ ବୋଲି ଡାକ୍ତର କହିଥିଲେ । ସର୍ଜରୀ ପରେ ତାଙ୍କର ହୋସ୍ ଆସିଲା ବେଳକୁ ଡାହାଣ ପଟ ଗୋଡ ଭାରି ଲାଗିଥିଲା । ଦେଖିଲା ବେଳକୁ ସେହି ଗୋଡରେ ହିଁ ସର୍ଜରୀ ହୋଇଛି ।

Get real time updates directly on you device, subscribe now.