ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ବୀମାହାର କମ୍, ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ଲକ୍ଷ୍ୟ

ଭୁବନେଶ୍ବର: 2047 ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଜାତୀୟ ହାର ତୁଳନାରେ ରାଜ୍ୟରେ ବୀମା ହାର କମ୍ ରହିଛି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଜି ଲୋକସେବା ଭବନରେ IRDAI ସଦସ୍ୟ ସଚିବ ସତ୍ୟଜିତ୍ ତ୍ରିପାଠୀ  ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଭେଟି  ଏନେଇ ଆଲୋଚନା କରିଛକନ୍ତି । ଜାତୀୟହାର ତୁଳନାରେ ହାର କମ୍ ଥିବା କାରଣରୁ 2047 ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖାଯାଇ ଆଲୋଚନା ହୋଇଛି । ଏହି ବୈଠକରେ ଆଇଆରଡିଏ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।