fbpx

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମହାମାରୀ ବ୍ୟାପୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସାଙ୍ଘାତିକ ରହିଛି । ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭୁବନେଶ୍ୱରରେ ମୋଟ ୨୮୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ବସ୍ତି ଅଞ୍ଚଳରୁ ୫୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇସିୟୁରେ ୧୬ ଓ ଭେଣ୍ଟିଲେଟରରେ ୩ ଜଣ ଆକ୍ରାନ୍ତ ଅଛନ୍ତି ।’

ଏହା ସହ ସେ ପରାମର୍ଶ ଦେଇ କହିଛନ୍ତି ଯେ, ‘ବ୍ୟବସାୟୀଙ୍କ ସହ ଆଲୋଚନା କରାଯାଇଛି । ମାର୍କେଟରେ କରୋନା କଟକଣା ପାଳନ ନେଇ ଆଲୋଚନା ଚାଲିଛି । ମାର୍କେଟକୁ ଗଲେ କରୋନା ନିୟମ ମାନନ୍ତୁ । ଦରକାର ନଥିଲେ ସବୁଦିନ ମାର୍କେଟ ଯାଆନ୍ତୁନି । ବାହାରକୁ ଗଲେ ମାସ୍କୁ ପିନ୍ଧିବା ସହ ସାମାଜିକ ଦୂରତା ରଖନ୍ତୁ । ନିୟମିତ ମାର୍କେଟ ନ ଯାଇ ୩-୪ ଦିନ ପାଇଁ ସାମଗ୍ରୀ କିଣନ୍ତୁ । ଆଳୁ ଗଦିରେ ଜଣେ ଆକ୍ରାନ୍ତଙ୍କ ପାଇଁ ୪୧ ଜଣ ଆକ୍ରାନ୍ତ ହୋଇଥିଲେ । ମାଛ ମାର୍କେଟରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ’

Get real time updates directly on you device, subscribe now.