fbpx
BJD SKY
BJD SKY

ବିଶ୍ୱବିଦ୍ୟାଳୟ ଉପରେ ଅନୈତିକ ହସ୍ତକ୍ଷେପ ବନ୍ଦ କରନ୍ତୁ ସରକାର

BJD

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ସିମଲାରେ ଅନୁଷ୍ଠିତ ହୋଇଯାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଷ୍ଟ୍ରୀୟ କାର୍ୟ୍ୟସମିତି ବୈଠକ । ଏହି ବୈଠକରେ ଦେଶରୁ ୪୦୦ରୁ ଉର୍ଦ୍ଧ୍ବ ଛାତ୍ର ନେତାଙ୍କ ସମେତ ଓଡିଶାରୁ ୧୦ଜଣ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ଶିକ୍ଷା ପରିଷଦର ଅଧକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇତିବା ବେଳେ ନାଗରିକ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।

ଚଳିତ ବର୍ଷ ପାଇଁ ବିଦ୍ୟାର୍ଥୀ ପରିଷଦ ତରଫରୁ ୪ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଉପରେ ଅନୈତିକ ହସ୍ତକ୍ଷେପ କରି ୨୦୨୦ ବିଶ୍ୱବିଦ୍ୟାଳୟ ବିଲ ପାରିତ କରିଥିଲେ। ରାଜ୍ୟ ସରକାରଙ୍କ ଏହି ବିଲକୁ ସୁପ୍ରିମକୋର୍ଟ ଷ୍ଟେ କରି ସରକାରଙ୍କୁ ଚାରି ସପ୍ତାହ ଭିତରେ ଜବାବ ରଖିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।

ବିଦ୍ୟାର୍ଥୀ ତରଫରୁ ସାରା ଭାରତରେ ବିଶ୍ୱ ପର୍ୟ୍ୟାବରଣ ଦିବସ ଜୁନ ୫ରୁ ବୃକ୍ଷ ମିତ୍ର ଅଭିଯାନରେ ଏକ କୋଟି ବୃକ୍ଷ ରୋପଣ ହେବ ବୋଲି ଯୋଜନା କରାଯାଉଛି । ଏହା ସହିତ ଓଡ଼ିଶାରେ ୧ଲକ୍ଷ ବୃକ୍ଷ ରୋପଣ ପାଇଁ ମଧ୍ୟ ଯୋଜନା ହୋଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ଏମିତି ଅନେକ ଗାଁ ଅଛି ଯେଉଁ ଗାଁରେ ଦେଶ ସ୍ୱାଧୀନର ୭୫ ବର୍ଷ ପରେ ମଧ୍ୟ ତ୍ରିରଙ୍ଗା ଉଡିପାରିନାହିଁ । ବିଦ୍ୟାର୍ଥୀ ପରିଷଦ ତରଫରୁ ସାରା ଦେଶରେ ସେହିଭଳି ଗାଁ ଚିହ୍ନଟ କରି ୨ଲକ୍ଷ କାର୍ୟ୍ୟକର୍ତା ୨ଲକ୍ଷ ଗାଁରେ ତ୍ରିରଙ୍ଗା ଉଡାଇବେ ଓ ଓଡିଶାରେ ୩୦୦୦ଗାଁ ରେ ତ୍ରିରଙ୍ଗା ଉଡିବ ବୋଲି ଯୋଜନା ହୋଇଛି । ଚଳିତ ବର୍ଷ ଏବିଭିପିର ୭୫ ବର୍ଷ ପୂରଣ ହେବାକୁ ଯାଉଥିବାରୁ ପରିଷଦ ତରଫରୁ ସଂଗଠନ ସୁଦୃଢୀ କରଣ କରିବା ସହ ଗ୍ଦରକ୍ଷଲସ ଙ୍ଗସଗ୍ଧଷ ମବଜ୍ଞକ୍ଟ୍ରଙ୍କଗ୍ଦ ଙ୍କଦ୍ଭସଗ୍ଧ ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ କ୍ୟାମ୍ପସରେ ପହଞ୍ଚିବେ ପରିଷଦର କାର୍ୟ୍ୟକର୍ତା ।

ସିମଲାରେ ହୋଇଥବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାରୋଟି ପ୍ରସ୍ତାବ ସହ ଆଗାମୀ କାର୍ୟ୍ୟକ୍ରମ ଓଡ଼ିଶାରେ ଏକ ଲକ୍ଷ ବୃକ୍ଷ ରୋପଣ ,ଦୁଇ ହଜାର ରକ୍ତଦାତା ସୂଚୀ ,ଓ ୩ ହଜାର ଗାଁରେ ଉଡିବ ତ୍ରିରଙ୍ଗା। ଏ ସମସ୍ତ ଅଭିଯାନକୁ ସଫଳ କରିବାକୁ ବିଦ୍ୟାର୍ଥୀ ପରିଷଦ ତରଫରୁ ଦ୍ରୁତ ଗତିରେ ପୂର୍ଣ୍ଣ ପ୍ରୟାସ ରହିବ ବୋଲି ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମୋହାନ୍ତି କହିଛନ୍ତି ।

Get real time updates directly on you device, subscribe now.