fbpx

ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି, ୮୦ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ସରକାରଙ୍କ ନିଷ୍ପତି

ନୂଆଦିଲ୍ଲୀ: ଦେଶର ଅନେକ ସହରରେ ଏବେ ଟମାଟୋ ଦାମ୍ ଆକାଶ ଛୁଆଁ ରହିଛି। ସେହିଭଳି ଅନ୍ୟାନ୍ୟ ପନିପରିବାର ବଢୁଥିବା ଦରଦାମ୍‌କୁ ନେଇ ସାଧାରଣ ଜନତା ଅନେକ ସମସ୍ୟା ଭୋଗୁଛନ୍ତି। ଏହାରି ମଧ୍ୟରେ ଜନତାଙ୍କୁ ଟିକିଏ ଆରମ ଦେବା ପାଇଁ ସରକାର ବଡ଼ ନିଷ୍ପତି ନେଇଛନ୍ତି । ଖାଦ୍ୟ ମନ୍ତ୍ରଳାୟର ଉପଭୋକ୍ତା ମାମଲାର ବିଭାଗ ଟମାଟୋ ର ବଢୁଥିବା ଦାମ୍ ଉପରେ ଆଙ୍କୁଶ ଲଗାଇବା ପାଇଁ ଟମାଟର କୁ ୯୦ ଟଙ୍କା ପ୍ରତି କେଜି ବିକ୍ରି କରିବା ନେଇ ନିଷ୍ପତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତି କାରଣରୁ ଟମାଟୋ ଦରରେ ହ୍ରାସ ପାଇଛି ।

ସେହିଭଳି ସରକାର ଏବେ ୫୦୦ ରୁ ଉର୍ଦ୍ଧ ସ୍ଥାନରେ ପୁନଃ ମୁଲ୍ୟାଙ୍କନ କରିଛନ୍ତି। ଯାହା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ୧୬ ତାରିଖରେ ଟମାଟରକୁ ୮୦ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି ।

ଆଜିଠାରୁ ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ, କାନପୁର, ବାରାଣାସୀ, ପାଟନା, ମୁଜାଫରପୁର ଏବଂ ଆରାର ବିଭିନ୍ନ ପଏଣ୍ଟରେ NCCF ଏବଂ NAFED ମାଧ୍ୟମରେ ବିକ୍ରି ଆରମ୍ଭ ହୋଇଛି । ଏହି ସ୍ଥାନଗୁଡିକରେ ପ୍ରଚଳିତ ବଜାର ମୂଲ୍ୟ ଉପରେ ଆଧାର କରି ଆସନ୍ତାକାଲି ଠାରୁ ଏହି ଦର ଅଧିକ ସହରକୁ ବିସ୍ତାର କରାଯିବ ।

Get real time updates directly on you device, subscribe now.