fbpx

କୃଷକଙ୍କ ପାଇଁ ବଡ ଘୋଷଣା, ଆରମ୍ଭ ହେବ କିଷାନ ରେଳ ଓ ଉଡାଣ ସେବା

ନୂଆଦିଲ୍ଲୀ,୧ ।୨: ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଗ୍ରାମୀଣ ଭାରତ ଉପରେ ଚର୍ଚ୍ଚା କରିଥିଲେ ନିର୍ମଳା । କୃଷକମାନଙ୍କ ପାଇଁ କିଷାନ ରେଳ ସହ ଉଡାଣ ସେବା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ରେଳ କୃଷକମାନଙ୍କ ପାଇଁ କିଷାନ ରେଳ ପ୍ରସ୍ତୁତ କରିବ । ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କୃଷମାନଙ୍କୁ ସହାୟତ କରିବା ପାଇଁ ୧୬ ସୂତ୍ରୀ ଯୋଜନା ଲାଗୁ କରିବେ ସରକାର । ପିଏମ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଦିଆଯିବ ।

୧୬ ସୂତ୍ରୀ ଯୋଜନା ହେଉଛି..

– ମଡର୍ଣ୍ଣ ଏଗ୍ରିକଲଚର ଲ୍ୟାଣ୍ଡ ଆକ୍ଟକୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯିବ ।

– ୧୦୦ ଜିଲ୍ଲାରେ ଜଳ ସଂକଟ ଭୋଗୁଥିବା କୃଷିଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା । ଯାହା ଦ୍ୱାରା ଚାଷୀଙ୍କୁ ଆଉ ଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

– ପିଏମ କୁସୁମ ଯୋଜନା ଜରିଆରେ କୃଷକଙ୍କ ପମ୍ପକୁ ସୋଲାର ପମ୍ପ ସହ ଯୋଡ଼ାଯିବ, ଏଥିରେ ୨୦ଲକ୍ଷ କୃଷକଙ୍କୁ ଯୋଜନାରେ ସାମିଲ କରାଯିବ । ଏହା ସହ ୧୫ଲକ୍ଷ କୃଷକଙ୍କ ଗ୍ରେଡ଼ ପମ୍ପକୁ ମଧ୍ୟ ସୋଲାର ସହ ଯୋଡ଼ାଯିବ ।

– ଫର୍ଟିଲାଇଜରର ବ୍ୟବହାର ନିୟନ୍ତ୍ରଣ କରାଯିବ । ଯାହା ଫଳରେ କେତେ ପରିମାଣର ଫର୍ଟିଲାଇଜର ବ୍ୟବହାର କରାଯିବ ସୂଚନା କୃଷକଙ୍କୁ ଜଣାଯିବ ।

.- ଦେଶରେ ଉପଲବ୍ଧ ଥିବା ଉଭୟ ୱେୟର ହାଉସ ଏବଂ, ଶୀତଳଭଣ୍ଡାରକୁ ନାବାର୍ଡ ନିଜ ପରିସରରେ ନେବ ଆଉ ଏହାକୁ ନୂଆ ତରିକାରେ ବିକଶିତ କରାଯିବ । ଦେଶରେ ୱେୟର ହାଉସ ଏବଂ ଶୀତଳଭଣ୍ଡାର ନିର୍ମାଣ କରାଯିବ । ଏଥିପାଇଁ ପିପିପି ମଡେଲ ଆପଣାଯିବ ।

– ମହିଳା ଚାଷୀଙ୍କ ପାଇଁ ଧନ୍ୟ ଲକ୍ଷ୍ମୀ ଯୋଜନା ଘୋଷଣା କରାଯାଇଛି । ଯାହା ଦ୍ୱାରା ମଂଜି ତଥା ବୀହନ ସଂପର୍କିତ ଯୋଜନାଗୁଡିକରେ ମହିଳାଙ୍କୁ ମୁଖ୍ୟ ରୂପରେ ସାମିଲ କରାଯିବ ।

– ବିମାନରେ ଯିବ କୃଷକଙ୍କ ସାମାନ । କୃଷି ଉଡ଼ାନ ଯୋଜନା ଆରମ୍ଭ କରାଯିବ । ଇଣ୍ଟର ନ୍ୟାସନାଲ , ନ୍ୟାସନାଲ ଲେବଲରେ ଯୋଜନା ଆରମ୍ଭ କରାଯିବ ।

– ଦୁଗ୍ଧ, ମାଛ, ମାଂସ ପାଇଁ କିଷାନ ରେଳ ମଧ୍ୟ ଆରମ୍ଭ ହେବ ।

– କୃଷକଙ୍କ ଅନୁସାରେ ଏକ ଜିଲ୍ଲା ଏକ ପ୍ରଡ଼କ୍ଟ ଉପରେ ଫୋକସ କରାଯିବ ।

– ଜୈବିତ କ୍ଷେତ ଜରିଆରେ ଅନଲାଇନ ମାର୍କେଟ କରାଯିବ ।

– କିଷାନ କ୍ରେଡ଼ିଟ କାର୍ଡ଼କୁ ୨୦୨୧ ପାଇଁ ବଢାଯିବ ।

– ଦୁଗ୍ଧ ପ୍ରଡ଼କ୍ସନ ଦୁଇଗୁଣ କରିବା ପାଇଁ ସରକାର ଯୋଜନା କରିବେ ।

– ଗୋଚର ଭୂମି ଗୁଡ଼ିକ ମନରେଗାରେ ଯୋଡ଼ାଯିବ ।

– ବ୍ଲୁ ଇକୋନମି ଜରିଆରେ ମାଛ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯିବ ।

– ଫିସ ପ୍ରସେସିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ ।

– କୃଷକଙ୍କ ଦିଆଯାଉଥିବା ସୁବିଧା ଓ ସହଯୋଗକୁ ଦିନ ଦୟାଲ ଯୋଜନା ଦ୍ୱାରା ଆଗକୁ ବଢାଯିବ ।

Get real time updates directly on you device, subscribe now.