fbpx

୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦କୋଟିର ବ୍ୟୟ ବରାଦ

ନୂଆଦିଲ୍ଲୀ, ୧ା୨: ସରକାର ମୋଦିଙ୍କ ଦ୍ୱିତୀୟ ଇନିଂସରେ ୨୦୨୦-୨୧ ବଜେଟରେ ଶିକ୍ଷା ପାଇଁ ୯୯,୩୦୦ କୋଟିର ବ୍ୟୟ ବରାଦ ହୋଇଛି । ଏହାସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ପିଲାଙ୍କୁ ଫରେନସିକ ଲ୍ୟାବର ଜ୍ଞାନ ଦେବାକୁ ବ୍ୟବସ୍ଥା ମଧ୍ୟ କରାଯାଉଛି ।
ନ୍ୟାସନାଲ ପୁଲିସ ୟୁନିଭର୍ସିଟି ଓ ନ୍ୟାସନାଲ ଫୋରେନସିକ ସାଇନ୍ସ ୟୁନିଭର୍ସିଟି ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି । ଷ୍ଟଡି ଇନ୍ ଇଣ୍ଡିଆ କାର୍ୟ୍ୟକ୍ରମ ପାଇଁ ‘ସ୍ୟାଟ୍’ ପରୀକ୍ଷା ପ୍ରଚଳନ କରିବାକୁ ଘୋଷଣା ହୋଇଛି । ଦେଶରେ ଖୁବ ଶୀଘ୍ର ଘୋଷଣା କରାଯିବ ନୂଆ ଶିକ୍ଷା ପଲିସି । ୧୫୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିର୍ମାଣ ହେବ । ଫରେନସିକ ଶିକ୍ଷା ସହ ଅନଲାଇନ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ ହେବ । ସ୍କିଲ ଇଣ୍ଡିଆ ପାଇଁ ୩୦୦୦ କୋଟିର ବ୍ୟବସ୍ଥା ବଡ ହସ୍ପିଟାଲ ଗୁଡିକରେ ପିଜି ଶିକ୍ଷା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବେ । ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ ଯୋଜନା ହୋଇଛି ।

Get real time updates directly on you device, subscribe now.