fbpx

ସ୍ୱାସ୍ଥ୍ୟସେବା ପାଇଁ ୬୯ ହଜାର କୋଟି, ସବୁ ଜିଲ୍ଲାରେ ଖୋଲିବ ଜନୌଷଧି କେନ୍ଦ୍ର

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥର ବଜେଟରେ ନିର୍ମଳା ସରତାରମଣ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ୬୯ ହଜାର କୋଟିର ପ୍ରସ୍ତାବ ରଖିଛନ୍ତି। ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜ ହେବ ବୋଲି ସୀତାରମଣ ବଜେଟରେ ଉପସ୍ଥାପନ କରିଛନ୍ତି। ଆୟୁଷ୍ମାନ ଭାରତରେ ୨୦ ହଜାର ହସ୍ପିଟାଲ ସଂଯୁକ୍ତ କରାଯିବ । ଆୟୁଷ୍ମାନ ଯୋଜନାରେ ଯୋଡି ହେବ ଦେଶର ସମସ୍ତ ହସ୍ପିଟାଲ । ଯାହା ଫଳରେ ଟି ୨ ଏବଂ ଟି ୩ ସହର ଗୁଡ଼ିକୁ ସୁବିଧା ପହଞ୍ଚି ପାରିବ । ଏଥିପାଇଁ ପିପିପି ମଡେଲର ସାହାଯ୍ୟ ନିଆଯିବ । ଯେଉଁଥିରେ ଦୁଇଟି ପର୍ଯ୍ୟାୟରେ ହସ୍ପିଟାଲ ଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ ।ଏବେ ସୁଦ୍ଧା ଦେଶର ୨୦ ହଜାର ହସ୍ପିଟାଲ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି ।

ଭାରତରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବଜେଟରେ ବଡ ଘୋଷଣା କରାଯାଇଛି । ଟିବିମୁକ୍ତ ଦେଶ ହେବ ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ । ୨୦୨୪ ମଧ୍ୟରେ ସମସ୍ତ ଜିଲାରେ ଜନୌଷଧି କେନ୍ଦ୍ରର ପ୍ରସାରଣ ହେବ। ସେହିପରି ସ୍ୱଚ୍ଛ ଭାରତ ମିଶନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ହଜାର ୩ଶହ କୋଟି ଟଙ୍କାର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଭାରତ ବାହ୍ୟ ମଳ ତ୍ୟାଗ ମୁକ୍ତ ଦେଶ ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସୀତାରମଣ କହିଛନ୍ତି । ଏହା ସହ କେନ୍ଦ୍ର ସରକାଙ୍କ ଇନ୍ଦ୍ରଧନୁଷ ମିଶନକୁ ବିସ୍ତାର କରାଯିବ ।

Get real time updates directly on you device, subscribe now.