fbpx
BJD SKY
BJD SKY

କାଲି ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରହିବ ବିଦାୟୀ ଭାଷଣ, ରାମ ମନ୍ଦିର ସହ ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଚର୍ଚ୍ଚା

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର କାଲି ଉଭୟ ଗୃହରେ ରାମ ମନ୍ଦିର ଉପରେ ଚର୍ଚ୍ଚା କରିବେ । ଯେହେତୁ ସଂସଦରେ ସିଧା ରାମ ମନ୍ଦିର ଉପରେ ଚର୍ଚ୍ଚା ହୋଇପାରିବ ନାହିଁ ତେଣୁ ସରକାର ଏଥିପାଇଁ ବିଲ୍ ଆଣିବେ । ଉଭୟ ଗୃହର ବିଜେପି ସାଂସଦଙ୍କ ଲାଗି କାଲି ପାଇଁ ଏକ ହ୍ୱିପ୍ ଜାରି କରାଯାଇଛି । କାଲି ସଂସଦର ବଜେଟ୍ ଅଧିବେଶନର ଅନ୍ତିମ ଦିବସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲି ସନ୍ଧ୍ୟା ୫ଟାରେ ସଂସଦ ଗୃହରେ ନିଜର ବିଦାୟୀ ଭାଷଣ ରଖିବେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ସହିତ ଲୋକସଭାର କାର୍ଯ୍ୟ ସମାପନ ନେଇ ଘୋଷଣା କରାଯିବ । ଏହି ଭାଷଣରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ସହିତ ଦେଶର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ ।

ଆଜି ସଂସଦରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଏପରି କଥା କହିଥିଲେ ଯାହା ସଦସ୍ୟଙ୍କୁ ଚକିତ କରିଦେଇଥିଲା । ମୋଦୀ କହିଥିଲେ କି ଆଜି ମୁଁ ସମସ୍ତଙ୍କୁ ଦଣ୍ଡ ଦେବି । ଏହାପରେ ସେ ପ୍ରାୟ ୨ଟା ସମୟରେ କିଛି ସାଂସଦଙ୍କୁ କ୍ୟାଣ୍ଟିନ ନେଇଯାଇଥିଲେ । କ୍ୟାଣ୍ଟିନରେ ଖାଇବା ସମୟରେ ଖେଚୁଡି, ରାଶି ଲଡୁ ସହିତ ଡାଲି ଭାତ ପରି ସାଧାରଣ ଖାଦ୍ୟ ଖାଇଥିଲେ ଓ ଆଲୋଚନା କରିଥିଲେ । ଏହି ଲଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଜେପି ବ୍ୟତିତ ବିରୋଧୀ ଦଳର ସାଂସଦ ମଧ୍ୟ ଥିଲେ ଓ ଏମାନେ ସମସ୍ତେ ଅଲଗା ଅଲଗା ରାଜ୍ୟର ସାଂସଦ ଥିଲେ ।

Get real time updates directly on you device, subscribe now.