fbpx

ବେଆଇନ ଲିଙ୍ଗ ନିରୂପଣ: ଜଣେ ଡାକ୍ତରଙ୍କ ସମେତ ୫ ଜଣ ଗିରଫ

କଟକ: ଲିଙ୍ଗ ନିରୂପଣ କରିବା ବେଆଇନ କାର୍ଯ୍ୟ ବୋଲି ଘୋଷଣା କରାଯାଇଥିବା ବେଳେ ଲୋକେ ଲୁଚି-ଛପି ଏହି ବେଆଇନା କାର୍ଯ୍ୟ କରୁଛନ୍ତି । ଏଥିରେ ଡାକ୍ତର ତଥା ହସ୍ପିଟାଲ କର୍ମଚାରୀମାନେ ମଧ୍ୟ ସାମିଲ ରହୁଛନ୍ତି । ତେବେ ଏହିପରି ଏକ ବେଆଇନ କାର୍ଯ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, କଟକରେ ବେଆଇନ ଲିଙ୍ଗ ନିରୂପଣ କରାଯାଇଥିବା କଥା ଜଣାପଡିଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏଥିରେ ଜଣେ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି । ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କୁ ପୋଲିସ ଗିରଫ କରିଛି । ପୁଣ୍ୟଶ୍ଲୋକ ଦାସଙ୍କ ପତ୍ନୀ ବିସ୍ମିତା ଦାସ ମଧ୍ୟ ଗିରଫ ହୋଇଛନ୍ତି । ମଙ୍ଗଳାବାଗ ପୋଲିସ ୩ ଜଣ ଦଲାଲଙ୍କୁ ଗିରଫ କରିଛି । କଟକ ଉପଜିଲ୍ଲାପାଳଙ୍କ ଲିଖିତ ଅଭିଯୋଗ ପରେ ଏହି ୫ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.