fbpx
BSKY SKY
BSKY SKY

ସରକାରଙ୍କ ବଡ଼ ଘୋଷଣା: ୪୦ ଲକ୍ଷ ମହିଳାଙ୍କୁ ବଣ୍ଟାଯିବ ସ୍ମାର୍ଟଫୋନ, ୩ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଇଣ୍ଟରନେଟ

BSKY

ଜୟପୁର: ଜନସାଧାରଣଙ୍କ ପାଇଁ ସରକାର ଭିନ୍ନ ଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରି ଟଙ୍କା ପ୍ରଦାନ କରୁଛନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ସରକାର ଅଶୋକ ଗେହଲଟ ରାଜ୍ୟର ମହିଳା ମାନଙ୍କ ପାଇଁ ଏକ ଖୂସି ଖବର ଆଣିଛନ୍ତି । ଆଜି ଉଦୟପୂରରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସ୍ମାର୍ଟଫୋନ ଦେବାର ଘୋଷଣା କରିଛନ୍ତି । ଏହି ସମୟରେ ସରାକର କହିଛନ୍ତି ଯେ, ଆମ ସରକାର ବଜେଟରେ ଘୋଷଣା କରିଥିଲେ ଯେ, ସେ ଦେଇଥିବା ପ୍ରତିଶ୍ରୁତିକୁ ବର୍ତ୍ତମାନ ପୂରା କରିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ମହିଳାଙ୍କୁ ସ୍ମାର୍ଟଫୋନ ବଣ୍ଟାଯିବ ।

ରାଜସ୍ଥାନରେ ଚଳିତବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବ । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଜି ଉଦୟପୁରରେ ଏକ କୃଷକ ମହୋତ୍ସବରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ । ଏଠାରେ ସେ ରାଜସ୍ଥାନ ସରକାରଙ୍କ ବହୁ ଯୋଜନା ବିଷୟରେ ଆଲୋଚନା କରିଥିଲେ । ବକ୍ତବ୍ୟ ଦେବା ମଝିରେ ସେ ମହିଳା ମାନଙ୍କୁ ସ୍ମାର୍ଟଫୋନ ବାଣ୍ଟିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସ୍ମାର୍ଟଫୋନ ବାଣ୍ଟିବାର ତାରିଖ ଘୋଷଣା କରି ଗେହଲଟ କହିଛନ୍ତି ଯେ, ୨୫ ଜୁଲାଇ ପୂର୍ବରୁ ସ୍ମାର୍ଟଫୋନ ବାଣ୍ଟିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହି ଫେଜରେ ହାରାହାରି ୪୦ ଲକ୍ଷ ମହିଳାଙ୍କୁ ସ୍ମାର୍ଟଫୋନ ବଣ୍ଟାଯିବ ।

ଗେହଲଟ ମଗଣାରେ ସ୍ମାର୍ଟଫୋନ ବାଣ୍ଟିବା କଥା କହିବା ସହ ମହିଳାମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଫ୍ରୀ ଇଣ୍ଟରନେଟ ସେବା ମଧ୍ୟ ଦିଆଯିବା କଥା କହିଛନ୍ତି । ଏହାସହ ଗେହଲଟ କହିଛନ୍ତି, ସମସ୍ତ ମହିଳାଙ୍କ ହାତକୁ ସ୍ମାର୍ଟ ଫୋନ ଆସିବା ପରେ, ସେ ଅନ୍ୟମାନଙ୍କ ସହ କଲ କରି କମ୍ୟୁନିକେଟ ହୋଇପାରିବେ ।

Get real time updates directly on you device, subscribe now.