fbpx

ବିଧାନସଭା ବଜେଟ୍ ଅଧିବେଶନ: ରାଜ୍ୟପାଳ ଅଭିଭାଷଣରେ କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଆସନ୍ତା ଚଳିତ ମାସ ଶେଷ ସୁଦ୍ଧା ଅଧିବେଶନ ଚାଲିବ । ତେବେ ଆଜିର ପ୍ରଥମ ଦିବସରେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି ।

ରାଜ୍ୟପାଳ ତାଙ୍କର ଅଭିଭାଷଣରେ କରୋନାରେ ନିଜ ଜୀବନକୁ ବାଜିରେ ଲଗାଇ ମୁକାବିଲା କରିଥିବା ସମ୍ମୁଖ ଯୋଦ୍ଧାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହିତ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସିଡିଏସ୍ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ପ୍ରଦାନ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜରିଆରେ ମାଗଣା ସେବା ଯୋଗାଇ ଦିଆଯାଉଛି । ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ୩୦ଟି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କର୍ମସଂସ୍ଥାନ ହରାଇଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ସ୍ୱତସ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଓଡ଼ିଶା ଏବେ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି ବୋଲି ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଥିଲେ ।

Get real time updates directly on you device, subscribe now.