fbpx

ପୌର ଭୋଟ୍ ଗଣତି: ଧାମନଗର କାଉଣ୍ଟିଂ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରିଛି ପୌର ନିର୍ବାଚନ ମତଦାନ । ଆସନ୍ତାକାଲି ପୌର ଭୋଟ ଗଣତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ସେ କହିଛନ୍ତି ଯେ, ‘୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏଁ ଟେବୁଲ ରହିବ । ମେୟର ଭୋଟ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ । ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୨ ସହଯୋଗୀ ରହିବେ । ମ୍ୟୁନିସପାଲିଟିରେ ୫ଟି ଏବଂ ଏନଏସିରେ ୨ଟି ଲେଖାଏଁ ଟେବୁଲ ରହିବ । ୱାର୍ଡୱାରୀ ଗଣତି ହେବ, ଅର୍ଥାତ୍ ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା ହେବ । ପ୍ରଥମେ ନିର୍ବାଚନ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି ହେବ । ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମ୍ ଭୋଟ ଗଣତି କରାଯିବ ।’ ତେବେ ଧାମନଗର ଏନଏସିରେ ଗୋଟ ଗଣତି ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।

ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ତାଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିୟୋଜିତ ରହିବେ । ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ । ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ । ଏଜେଣ୍ଟ ହେବାକୁ ଚାହୁଁଥିଲେ ସନ୍ଧ୍ୟା ୫ଟା ଭିତରେ ବାୟୋଡାଟା ଦେବେ । ସ୍ଥାନୀୟ ଇଲେକ୍ସନ ଅଫିସରଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦେବାକୁ ପଡ଼ିବ ବୋଲି SEC ସଚିବ କହିଛନ୍ତି ।

Get real time updates directly on you device, subscribe now.