fbpx
BJD SKY
BJD SKY

ସହୀଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର: ରାଜ୍ୟପାଳ ଦେଲେ ଶ୍ରଦ୍ଧା ସୁମନ

BJD

ଭୁବନେଶ୍ୱର: ଓଡିଶା ମାଟିରେ ପହଞ୍ଚିଛି ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ବୀର ଯବାନଙ୍କୁ ଦିଆଯାଇଛି ମହା ସମ୍ମାନ । ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସେଠାରେ ପହଞ୍ଚି ଓଡିଆ ମାଟିର ଗୌରବ ସହୀଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଛନ୍ତି । ପୁଷ୍ପମାଲ୍ୟ ପ୍ରଦାନ ସହ ଭାରତର ବୀର ସୁପୁତ୍ରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳଙ୍କ ସମେତ ବିମାନବନ୍ଦରରେ ବୀର ସହିଦଙ୍କ ଧର୍ମପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ଐହା ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହିତ ଅନେକ ରାଜନେତା ବୀର ଯବାନଙ୍କୁ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏଠାରେ ଗାର୍ଡ ଅଫ ଅନର ଦିଆଯିବା ପରେ ପାର୍ଥିବ ଶରୀରକୁ ଦେବାଶିଷଙ୍କ ଗାଁକୁ ନିଆଯିବ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହିକୁ ଯିବ ସହୀଦ ବୀର ଦେବାଶିଷଙ୍କ ପାର୍ଥିବ ଶରୀର । ଏହାପରେ ଆଜି ନିଜ ଗାଁ ଶ୍ମଶାନରେ ଓଡିଶାର ସହୀଦ ଦେବାଶିଷ ବିଶ୍ୱାଳଙ୍କୁ ଦିଆଯିବ ଅନ୍ତିମ ବିଦାୟ ।

ସୁଚନା ଯୋଗ୍ୟ, ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିଲେ ଭାରତ ମାଟିର ସୁଯୋଗ୍ୟ ସନ୍ତାନ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ । ଏହାପରେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବାର ଥିଲା ତାଙ୍କର ପାର୍ଥିବ ଶରୀର । କିନ୍ତୁ ବିମାନ ଚଳାଚଳରେ ତ୍ରୁଟି ଦେଖାଯିବା କାରଣରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ଶରୀର ପହଞ୍ଚିଛି । ତେବେ ବିମାନବନ୍ଦରରେ ସହୀଦଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଏବେ ଗାଁ ଅଭିମୁଖେ ନିଆଯାଉଛି ଦେବାଶିଷଙ୍କ ପାର୍ଥିବ ଶରୀର ।

Get real time updates directly on you device, subscribe now.