fbpx

(Video) ଉତ୍କଳ ଦିବସ ଉପଲକ୍ଷେ ମହାମହିମ ରାଜ୍ୟପାଳଙ୍କ କଣ୍ଠରେ “ବନ୍ଦେ ଉତ୍କଳ ଜନନୀ “

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟ ଆଜି ଉତ୍କଳ ଦିବସ ପାଳନ କରୁଛି । ଠିକ୍ ଆଜିର ଦିନରେ ଦେଶର ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା । ଆଜିର ଦିନଟି ଓଡ଼ିଆଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ।  ସାରା ବିଶ୍ୱରେ କୋଣ ଅନୁକୋଣରେ ରହୁଥବା ଓଡ଼ିଆ ଆଜି ପାଳୁଛନ୍ତି ଉତ୍କଳ ଦିବସ ।

ଏହି ପବିତ୍ର ଦିବସରେ ରାଜ୍ୟପାଳ ଗଣେଶୀ ଲାଲ୍ ନିଜ କଣ୍ଠରେ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ । ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନିଜ କଣ୍ଠରେ ଗାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ସଂଗୀତରେ ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର, ଦୀପ୍ତିରେଖା ମଧ୍ୟ କଣ୍ଠଦାନ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ବିଜୟ ମଲ୍ଲ ଗୀତଟିକୁ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ  ସହ ବିଶିଷ୍ଟ  ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରସିଆ, ସଙ୍ଗୀତକାର ଦୀପ୍ତିରେଖା, ହ୍ୟୁମାନ ସାଗର, ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ଏହା ସହ ରାଜଭବନରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକୁ ନେଇ ଶିଳ୍ପୀ ବିଶ୍ୱନାଥ ରଣା ତିଆରି ଥିବା କୋଣାର୍କ ଚକ୍ରର ଉଦଘାଟନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ଏହା ସହ ଶିଳ୍ପୀ ଏବଂ ତାଙ୍କ ପରିବାରକୁ ସମ୍ମାନିତ୍ କରିଛନ୍ତି ରାଜ୍ୟପାଳ।

Get real time updates directly on you device, subscribe now.