fbpx

ସୁନ୍ଦରଗଡ଼ରେ ଯୌନ ନିର୍ଯ୍ୟାତନା: ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଯାଇଛି, ଯେଉଁଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଯୌନ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟ କରିଥିବା ଅଭିଯୋଗ ହୋଇଛି । ସ୍କୁଲ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ଲେଫ୍ରିପଡ଼ା ଥାନା ପୋଲିସ । ଏହି ମାମଲାରେ ସଂପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ଓ ହଷ୍ଟେଲ ୱାର୍ଡେନଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.