fbpx
BJD SKY
BJD SKY

ମାନବସେବାକୁ ଜୀବନର ବ୍ରତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ

BJD

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମାନବ ସେବା ମାଧବ ସେବା ସଙ୍ଗେ ସମାନ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି, ସ୍ୱାସ୍ଥ୍ୟସେବା ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପାଠପଢ଼ିବା ସହ ପ୍ରଶିକ୍ଷଣ ନେଉଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ସେବାରେ ନିଜକୁ ସାମିଲ କରିବାକୁ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ବାର୍ଷିକ ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ ଓ ମେଡିକାଲ କଲେଜ ଡିନ୍‍ ଉପସ୍ଥିତ ଥିଲେ। ପରେ ରାଜ୍ୟପାଳ ବଲାଙ୍ଗୀର ଆଇନ ମହାବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଆଇନଜୀବୀ ଯୁଦ୍ଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସେଠାରେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.