fbpx

ରାଜ୍ୟର ସରକାରୀ ବିଲଡିଂର ରଙ୍ଗ ବଦଳିବ: କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଏକ ବଡ଼ ଖବର । ସରକାରୀ ବିଲଡିଂର ରଙ୍ଗ ବଦଳିବ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି । ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ସମାନ ହେବ । ଏନେଇ ରାଜ୍ୟ ସରକାରଙ୍କ ଏଆଇସି କମ୍ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବା ସହ କଲର କୋଡ୍ ମଧ୍ୟ ଜାରି କରାଯାଇଛି । ତେବେ ଏହି ୟୁନିଫର୍ମ କଲର କୋର୍ଡ ରାଜ୍ୟର ସମସ୍ତ ପୁରୁଣା ବିଲଡିଂ ଓ ନୂଆ ବିଲଡିଂ ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ସମସ୍ତ ସରକାରୀ କୋଠାର ରଙ୍ଗ କମଳା ଓ ନାଲି ବର୍ଡର ବିଶିଷ୍ଟ ହେବ । କୌଣସି ବିଲଡିଂ କାର୍ଯ୍ୟକ୍ଷମ ଥିଲେ କିମ୍ବା ମରାମତି, ନବୀକରଣ ସମୟରେ ରଙ୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କ୍ଷମତାକୁ ଆସିବା ପରେ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନିକଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମ ରଙ୍ଗ ବଦଳିଥିଲା । ପୂର୍ବରୁ ପିଲାଙ୍କର ୟୁନିଫର୍ମର ରଙ୍ଗ ସବୁଜ ଥିବା ବେଳେ ଏବେ ତାହା ବାଦାମୀଙ୍କୁ ପରିବର୍ତ୍ତନ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସ୍କୁଲକୁ ୟୁନିଫର୍ମ ଯୋଗାଇ ଦିଆଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖାଯାଇଥିଲା । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀ ନୂଆ ବାଦାମୀ ରଙ୍ଗର ୟୁନିଫର୍ମ ପରିଧାନ କରିବେ । ସେହିପରି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବା ପରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କର ୟୁନିଫର୍ମର ରଙ୍ଗ ବଦଳିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.