fbpx

୩ ଜଣ ସ୍ତ୍ରୀ ଏକସଙ୍ଗେ ଲଢ଼ିଲେ ନିର୍ବାଚନ, ବିଚରା ସରକାରିଆ ସ୍ୱାମୀକୁ ମିଳିଲା ସସପେନସନ୍

AAKASH

ନୂଆଦିଲ୍ଲୀ: ପତ୍ନୀମାନଙ୍କର ନିର୍ବାଚନରେ ଅଂଶଗ୍ରହଣ କରିବା ଜଣେ ସରକାରୀ ଚାକିରିଆଙ୍କୁ ମହଙ୍ଗା ପଡ଼ିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଜଣେ ଯୁବକଙ୍କର ତିନି ଜଣ ସ୍ତ୍ରୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଏ ବିଷୟରେ ଜଣା ପଡ଼ିବା ପରେ ସେମାନଙ୍କର ସ୍ୱାମୀଙ୍କୁ ନିଜର ସରକାରୀ ଚାକିରି ହରାଇବାକୁ ପଡ଼ିଛି । ତେବେ ଉକ୍ତ ଯୁବକ ଜଣଙ୍କ ଗ୍ରାମ ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ।

ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ତିନିଜଣ ମହିଳାଙ୍କ ମଧ୍ୟରୁ ଦୁଇଜଣ ସରପଞ୍ଚ ପଦ ପାଇଁ ପରସ୍ପର ବିରୋଧରେ ଲଢ଼େଇ କରୁଥିଲେ । ସେମାନେ ନୋମିନେସନ ପତ୍ରରେ ନିଜର ସ୍ୱାମୀ ସୁଖରାମ ସିଂହଙ୍କ ନାମ ଉଲ୍ଲେଖ କରିଥିଲେ । ତେବେ ଦେଓସର ଜନପଦ ପଞ୍ଚାୟତର ସିଇଓ ଜିଲ୍ଲା ପଞ୍ଚାୟତର ସିଇଓଙ୍କ ନିକଟକୁ ସୁଖରାମଙ୍କ ରିପୋର୍ଟ ପଠାଇବା ସହ ନିଲମ୍ବନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି ।

ନିଜ ପରିବାର ବର୍ଗ ଓ ସମ୍ପର୍କୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରୁଥିଲେ ସେନେଇ ସମସ୍ତ ତଥ୍ୟ ପଞ୍ଚାୟତ ଓ ଗ୍ରାମ୍ୟ ବିକାଶ ବିଭାଗକୁ ପ୍ରଦାନ କରିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଥିଲା । ତେବେ ସୁଖରାମ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ ହେଁ ତୃତୀୟ ପତ୍ନୀଙ୍କ କଥା ଲୁଚାଇଥିଲେ । ତୃତୀୟ ପତ୍ନୀ ପଞ୍ଚାୟତ ସଭ୍ୟ ଭାବେ ଲଢ଼ୁଛନ୍ତି । ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.