fbpx

ଥାନାରେ ପଶି ଗାଡ଼ି ଭାଙ୍ଗିଲେ କଂଗ୍ରେସ କର୍ମୀ: ପୋଲିସ ସହ ହେଲେ ମୁହାଁମୁହିଁ

AAKASH

ଥାନା ଭିତରେ ପସି ଭଙ୍ଗାରୁଜା କଲେ କଂଗ୍ରେସ କର୍ମୀ । ଖାଲି ସେତିକି ନୁହେଁ ପୋଲିସ୍ ଗାଡ଼ି ମଧ୍ୟ ଭାଙ୍ଗିଛନ୍ତି ଉତ୍ୟକ୍ତ କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ । ସୋମବାର କିଛି ଉତ୍ୟକ୍ତ କଂଗ୍ରେସ କର୍ମୀ ଥାନା ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

କିଛିଦିନ ତଳେ ଆରଏସସି-୧୩ ଗାଁରେ ଗଞ୍ଜେଇ ଜବତ ଲାଗି ଯାଇଥବା ସମୟରେ ୫ ମହିଳାଙ୍କୁ ପୋଲିସ୍ ନିର୍ଧୂମ ପିଟିଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦ କରିବା ସହ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଦାବି ନେଇ ପ୍ରତିବାଦ କରି ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି କଂଗ୍ରେସ କର୍ମୀ । ଏହା ସହ ଏସଡିପିଓ ଅଂଶୁମା ଦ୍ୱିବେଦିଙ୍କ ବଦଳି ଦାବି କରିଛନ୍ତି କର୍ମୀ । ଆଉ ଏହି ସମୟରେ ମୁହାଁମୁହିଁ ହୋଇଥିଲେ ପୋଲିସ ଏବଂ ଆନ୍ଦୋଳନକାରୀ ।

Get real time updates directly on you device, subscribe now.