fbpx

ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ ଗାନ୍ଧୀ: ମିଳିତ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିଲା ପ୍ରସ୍ତାବ

AAKASH

ନୂଆଦିଲ୍ଲୀ: ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଛନ୍ତି ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ । ମିଳିତ ବିରୋଧୀ ତରଫରୁ ନିଜ ନାମ ପ୍ରସ୍ତାବିତ କରାଯାଇଥିବାରୁ ଧନ୍ୟବାଦ ଦେବା ସହ ସେ ନିଜେ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ ମୁୁଁ ବିରୋଧୀଙ୍କ ଠାରୁ ଆଶା କରିବି ଯେ କେହି ଅନ୍ୟ ପ୍ରାର୍ଥୀଙ୍କୁ ବାଛିବା ପାଇଁ, ଯିଏ ମୋ ଠାରୁ ଭଲ ରାଷ୍ଟ୍ରପତି ହୋଇପାରିବେ । ଏହା ପୂର୍ବରୁ ୧୫ ଜୁନ୍ ରେ ବିରୋଧୀଙ୍କ ତରଫରୁ ପ୍ରାର୍ଥୀ ହେବା ନେଇ ଲଗାଯାଉଥିବା ଅନୁମାନକୁ ନେଇ ସେ କହିଥିଲେ ଯେ ଏବେ ଏନେଇ କୌଣସି ଟିପ୍ପଣୀ କରିବା ଠିକ୍ ହେବ ନାହିଁ ।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିରୋଧୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରିନାହିଁ । ଗତ ସପ୍ତାହରେ ମମତା ବାନାର୍ଜୀ ଦିଲ୍ଲୀରେ ବିରୋଧୀ ଦଳଙ୍କ ଏକ ବୈଠକ ଡକାଇଥିଲେ । ଏଥିରେ କଂଗ୍ରେସ ସହ ୧୭ ବରୋଧୀ ଦଳ ନେତା ଯୋଗଦେଇଥିଲେ । ବୈଠକରେ କିଛି ନେତା ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମତ ରଖିଥିଲେ କିନ୍ତୁ ଶରଦ ପୱାର ମନା କରିଥିଲେ । ସେ କହିଥିଲେ ଯେ ସେ ଏବେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଛନ୍ତି ।

ତାଙ୍କ ବ୍ୟତୀତ ଫାରୁକ ଅବଦୁଲ୍ଲା ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଛନ୍ତି । ଏମିତିରେ ଗୋପାଳକୃଷ୍ଣ ଗାନ୍ଧୀଙ୍କ ଉପରେ ନାମ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଏବେ ସେ ମଧ୍ୟ ମନା କରିଦେଇଛନ୍ତି । ତେବେ ବିରୋଧୀଙ୍କୁ ବର୍ତ୍ତମାନ ନୂଆ ରାଷ୍ଟ୍ରପତି ମୁହଁ ଦେଖିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ପଦ ପାଇଁ ୧୮ ଜୁଲାଇରେ ମତଦାନ ହେବ ଏବଂ ୨୧ ଜୁଲାଇରେ ମତଗଣନା ହେବ । ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ୧୫ ଜୁନ୍ ରୁ ଆରମ୍ଭ ହୋଇଛି ଏବଂ ୨୯ ଜୁନ୍ ରେ ନାମାଙ୍କନ ପାଇଁ ଶେଷ ତାରିଖ ରହିଛି । ୩୦ ଜୁନ୍ ରେ ନାମାଙ୍କନ ଯାଞ୍ଚ ଏବଂ ଜୁଲାଇ ୨ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି ।

 

Get real time updates directly on you device, subscribe now.