fbpx

(Video) DSP ମାଡାମଙ୍କର ଖାକିଗିରି: ହେଲମେଟ ପିନ୍ଧି ନଥିବାରୁ ଯୁବକଙ୍କ ଗାଲରେ କଷିଦେଲେ ଶକ୍ତ ଚାପୁଡ଼ା

AAKASH

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ଅଧିକାରୀମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ୍ କରିଥାନ୍ତି । ପୂର୍ବରୁ ଏଭଳି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଛି । ତେବେ ପୁଣି ଜଣେ ଖାକି ମାଡାମଙ୍କର ରାଜୁତି ଦେଖିବାକୁ ମିଳିଛି ବିହାରର ଗୋପାଳଗଞ୍ଜ ଅଞ୍ଚଳରେ । ହେଲମେଟ ପିନ୍ଧି ନଥିବାରୁ ଜଣେ ମହିଳା ଡିଏସପି ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

ସୂଚନା ମୁତାବକ, ଭାରତ ବନ୍ଦ ଡାକରାକୁ ନେଇ ରାଜରାସ୍ତାରେ ପୋଲିସ ଛାଉଣୀ ହୋଇଥିଲା । ଏହି ସମୟରେ କିଛି ଯୁବକ ଜଣେ ମହିଳା ମହିଳା ଡିଏସପି ଜ୍ୟୋତି କୁମାରୀଙ୍କ ହାବୁଡ଼ରେ ପଡ଼ିଥିଲେ । ତେବେ ବିନା ହେଲମେଟ ଓ ଟ୍ରିପଲ ଲୋଡିଂ କାରଣରୁ ଡିଏସପି ସେମାନଙ୍କର କ୍ଲାସ ନେଇଥିଲେ । ଏହାପରେ ଡିଏସପି ସେମାନଙ୍କ ଉପରେ ଠେଙ୍ଗା ପ୍ରହାର କରିବା ସହ ଚାପୁଡ଼ା ମାରିଥିଲେ । ଚାପୁଡ଼ା ମାରିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହା ମଧ୍ୟରେ ଡିଏସପିଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଯେଉଁ ଗାଡ଼ି ଚାଳକଙ୍କର ଚାଲାଣ କାଟିବାକୁ ପଇସା ନଥିଲା, ଡିଏସପିଙ୍କର ବଡିଗାର୍ଡ ସେମାନଙ୍କର ଗାଡ଼ିର ହୱା ଖୋଲି ଦେଉଥିଲେ । ତେବେ ଆଜି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିଲା । ଲ’ ଆଣ୍ଡ ଅର୍ଡରକୁ ନେଇ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳ ପରିଭ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କାରଣରୁ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି ।

Get real time updates directly on you device, subscribe now.