fbpx

ଅପରାହ୍ନରେ ହେବ ସରକାର-କୃଷକ ଆଲୋଚନା

ନୂଆଦିଲ୍ଲୀ, ୫ା୧୨ (ଓଡିଶା ଭାସ୍କର): କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ୧୦ମ ଦିନରେ ପହଞ୍ଚିଛି । ଏନେଇ ଆଜି ଅପରାହ୍ନରେ ପୁଣି ଥରେ ଦିଲ୍ଲୀରେ ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହେବ । ଅପରାହ୍ନ ୨ଟା ସମୟରେ ୩୫ଟି କୃଷକ ସଙ୍ଗଠନଙ୍କ ସହ ସରକାର ଆଲୋଚନା କରିବେ । କୃଷକମାନଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚନା ସକରାତ୍ମକ ହେବା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଶାପ୍ରକଟ କରିଛନ୍ତି । ତେବେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ମନ୍ତ୍ରୀ ଶ୍ରୀ ତୋମାର କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.