fbpx

ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି: ଜୁଲାଇ ୧୪ରେ ହେବ ଲିଖିତ ପରୀକ୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାପକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଏହି ପଦ ପାଇଁ ଲିଖିତ ପରୀକ୍ଷା ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଜୁଲାଇ ୧୪ ତାରିଖ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୯ରୁ ୧୦.୩୦ ପର୍ଯ୍ୟନ୍ତ ପେପର-୧ ଓ ମଧ୍ୟାହ୍ନ ୧୨ରୁ ୧.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । କଟକ ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ସବିଶେଷ ବିବରଣୀ ଓ ପରୀକ୍ଷା କେନ୍ଦ୍ର ବାବଦରେ ପରବର୍ତ୍ତୀ ସମୟରେ ସୂଚନା ଜାରି କରାଯିବ । ତେଣୁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.