fbpx

ତିବ୍ବତର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିବ ଭାରତ, ଅରୁଣାଚଳ ପ୍ରଦେଶର ପ୍ରତିଶୋଧ ନେବା ପାଇଁ ଭାରତର ବଡ଼ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଦେଶର ୩ୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏଥିମଧ୍ୟରେ ଖବର ଆସୁଛି କି ଅରୁଣାଚଳ ପ୍ରଦେଶରେ ଚୀନର ଗତିବିଧିକୁ ନେଇ ତାଙ୍କରି ଭାଷାରେ କଡ଼ା ଜବାବ ଦେବା ପାଇଁ ସରକାର ପ୍ରସ୍ତୁତି ଚଲାଇଛନ୍ତି । ତିବ୍ବତରେ ଅନେକ ସ୍ଥାନର ନାମ ପରିବର୍ତ୍ତନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଏସ୍ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ଚୀନ ସହ ଜମି ବିବାଦର ସମାଧାନକୁ ନେଇ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ ।

ଏକ ରିପୋର୍ଟରୁ ପ୍ରକାଶ ଯେ ଭାରତ ସରକାର ତିବ୍ବତର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିବା ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି । ଐତିହାସିକ ଗବେଷଣା ଏବଂ ତିବ୍ୱତର କ୍ଷେତ୍ର ଆଧାରରେ ଏହି ସ୍ଥାନଗୁଡ଼ିକର ନାମକରଣ ହେବ । ଭାରତୀୟ ସେନା ଏହି ନାମକରଣ କରିବେ ଏବଂ LACର ମ୍ୟାପରେ ଏହି ନାଁ ଗୁଡ଼ିକୁ ଅପଡେଟ୍ କରାଯିବ । ତେବେ ଏପ୍ରିଲରେ ଚୀନ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ପରିବର୍ତ୍ତନ କରିଥିଲା । ସେତେବେଳେ ଭାରତ ସରକାର ଏହାକୁ ବିରୋଧ କରିବା ସତ୍ତ୍ୱେ କିଛି ସୁଫଳ ମିଳିପାରି ନଥିଲା । ଏହାର ପ୍ରତିଶୋଓ ସ୍ୱରୂପ ଭାରତ ଏଭଳି ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁଯାୟୀ ଅରୁଣାଚଳ ପ୍ରଦେଶର ୧୧ଟି ରେସିଡେନସିଆଲ ଅଞ୍ଚଳ, ୧୨ଟି ପାହାଡ଼, ୪ଟି ନଦୀ, ୧ ହ୍ରଦ, ୧ ମାଉଣ୍ଟେନ୍ ପାସ୍ ଏବଂ ୧ ଭୂମି ଖଣ୍ଡ ଉପରେ ଚୀନ ଅଧିକାର ସାବ୍ୟସ୍ତ କରୁଛି । ଏହା ସତ୍ତ୍ୱେ ଭାରତ ସରକାର ଅରୁଣାଚଳ ପ୍ରଦେଶକୁ ଦେଶର ଅଭିନ୍ନ ଅଂଶ ଭାବେ ବିବେଚିତ କରୁଛି । ଅପରପକ୍ଷରେ ବୈଦେଶିକ ମନ୍ତ୍ରୀଙ୍କ କହିବାନୁଯାୟୀ ଭାରତ-ଚୀନ ସୀମା ବିବାଦକୁ ନେଇ ଦୁଇ ଦେଶର ଦ୍ୱିପାକ୍ଷିକ ଟେନସନ୍ ଦେଖାଦେଇଛି । ଶୀଘ୍ର ଏହାର ସମାଧାନ କରାଯିବ ।

Get real time updates directly on you device, subscribe now.