fbpx

ମଣିପୁର ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)କୁ ଭାରତୀୟ ଜନତା ପାର୍ଟି(ବିଜେପି) ତାର ଆଦର୍ଶ ବୋଲି ମାନିଥାଏ । ନିକଟରେ ଜଣାପଡିଛି ଯେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଟି ମନ୍ତବ୍ୟକୁ ନେଇ ଆରଏସଏସ ଓ ବିଜେପି ଭିତରେ ଦୂରତା ସୃଷ୍ଟି ହୋଇଥିବା ଜଣାପଡିଛି ।

ବିଶେଷ ସୂତ୍ରରୁ ପ୍ରକାଶ, ସଂଘ ପକ୍ଷରୁ ପ୍ରାର୍ଥୀ ଚୟନକୁ ବିଜେପି ଧ୍ୟାନ ଦେଇନାହିଁ । ଫଳରେ ଏହାର ପ୍ରଭାବ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ବିଜେପିକୁ ଆରଏସଏସ ଏକାଧିକ ନିର୍ବାଚନରେ ସାହାଯ୍ୟ କରିବା ଫଳରେ ବିଜେପିକୁ ଅନେକ ଫାଇଦା ମିଳିଛି । ଏହା ଦେଖି ଲାଗୁଛି ଯେ ଦୁଇ ସଂଗଠନର କିଛି ନେତା ପରସ୍ପର ସହ ଖୁସି ନାହାଁନ୍ତି । ଚଳିତ ଲୋକସଭା ନିର୍ବାଚନରେ ବିଜେପିର ମୁଖ୍ୟ ଜେପି ନଡ୍ଡା କହିଛନ୍ତି ଯେ, ଏହି ନିର୍ବାଚନରେ ଲଢିବାକୁ ବିଜେପି ଦଳ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇସାରିଛି ଏବଂ ତାକୁ ସଂଘର କୌଣସି ସାହାଯ୍ୟର ଆବଶ୍ୟକତା ନାହିଁ । ନଡ୍ଡା କହିଛନ୍ତି ଯେ, ଆରଏସଏସ ଏକ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଏବଂ ବିଜେପି ହେଉଛି ଏକ ରାଜନୈତିକ ଦଳ । ଜେ ପି ନଡ୍ଡାଙ୍କ ଏହି ବୟାନ ଶୁଣିଲା ପରେ ସଂଘର ଅନେକ ନେତାମାନଙ୍କୁ ଏହା ବିଚଳିତ କରିଛି ।

ଦେଶରେ ନିର୍ବାଚନ ଫଳ ଘୋଷଣା ପରେ ବିଜେପିର ସଂଖ୍ୟା ଗରିଷ୍ଠତା ହ୍ରାସ ହୋଇଛି । ଏହା ଫଳରେ ସଂଘ ପକ୍ଷରୁ ବିଜେପି ଏବଂ ନରେନ୍ଦ୍ର ମୋଦୀ ଏବଂ ବିରୋଧୀମାନଙ୍କ ଆଚରଣ ଉପରେ ପରୋକ୍ଷ ଭାବରେ ପ୍ରଶ୍ନ ଉଠିଛି । ଆରଏସଏସର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଯିଏ ପ୍ରକୃତ ସେବା କରେ ସେ କେବେ ହେଲେ ଅହଂକାର କରନ୍ତି ନାହିଁ । ଯିଏ ପ୍ରକୃତ ସେବକ ସେ ସାଜ ସଜ୍ଜାକୁ ଅନୁସରଣ ନକରି କାର୍ଯ୍ୟ କିପରି ଠିକ ହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି । ସୂଚନା ଅନୁସାରେ, ମତଦାନ ସମୟରେ କଂଗ୍ରେସ ପକ୍ଷରୁ କଂଗ୍ରେସ ସମେତ ସବୁ ବିରୋଧୀ ଦଳ ନେତା ନରେନ୍ଦ୍ର ମୋଦୀଙ୍କୁ ଅହଂକାରୀ ଓ ଏକ ଛତ୍ରବାଦୀ ଶାସନ କରୁଥିବାର ଆରୋପ ଲଗାଇଥିଲେ ।
ଆରଏସଏସ ମୁଖ୍ୟ ଉଭୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିକୁ ନିଜର ପୋଲ ସଜାଡିବା କହିଛନ୍ତି । ସମାଜରେ ବିଭାଜନ ସୃଷ୍ଟି କରୁଥିବା ପ୍ରସଙ୍ଗକୁ ନେଇ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସଂଘକୁ ନେଇ ଭୁଲ ତଥ୍ୟ ସମାଜରେ ବିସ୍ତାର କରାଯାଉଛି । ଏନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଣିପୁରରେ ହୋଇଥବା ହିଂସାରେ ଲୋକମାନେ ଅନେକ ହଇରାଣ ହୋଇ ଜୀବନ ବିତାଉଛନ୍ତି । ଏ ଦିଗରେ ସରକାର ପ୍ରାଥମିତା ଦେଇ ପୂର୍ଣ୍ଣ ସହୋଯୋଗ କରି ମୁକାବିଲା କରିବା କର୍ତ୍ତବ୍ୟ ବୋଲି ସରକାରଙ୍କୁ କହିଛନ୍ତି ।

 

Get real time updates directly on you device, subscribe now.