fbpx

(Video) ସାମ୍ବାଦିକ ରଜତ ଶର୍ମାଙ୍କ ଉପରେ ଅଭିଯୋଗ ଅଣିଲେ କଂଗ୍ରେସ ପ୍ରବକ୍ତା, ଜାଣନ୍ତୁ କାହିଁକି

Advertisement

ନୂଆଦିଲ୍ଲୀ: ଟିଭି ସାମ୍ବାଦିକ ରଜତ ଶର୍ମା ଏକ ବିବାଦରେ ଫସିଯାଇଛନ୍ତି । କଂଗ୍ରେସ ପ୍ରବକ୍ତା ରାଗିନୀ ନାୟକ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ରଜତ ଶର୍ମାଙ୍କ ଉପରେ ଅଭଦ୍ର ଭାଷା ଏବଂ ବ୍ୟବହାରକରିବାର ଅଭିଯୋଗ ଲଗାଇଛନ୍ତି । ଅଭିଯୋଗ ରହିଛି ଯେ, ଟିଭି ସାମ୍ବାଦିକ ରଜତ ଶର୍ମା ଅଭଦ୍ର ଭାଷାର ପ୍ରୟୋଗ କରୁଛନ୍ତି । ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି ।
କଂଗ୍ରେସ ପ୍ରବକ୍ତା ରାଗିନୀ ନାୟକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଟିଭି ସାମ୍ବାଦିକ ରଜତ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି ।

ରାଗିନୀ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ, ପ୍ରଥମ ଭିଡିଓ ଏକ୍ସରେ ଭାଇରାଲ ହୋଇଥିଲା ଏଥିରେ ରଜତ ଶର୍ମା ଏକ କାର୍ଯ୍ୟକ୍ରମରେ ଲାଇଭ ସମୟରେ ମୋ ସହ ଯୁକ୍ତ କରୁଥିଲେ । ଏହି ସମୟରେ ସେ ଡିବେଟ ମଝିରେ ମୋ ବିରୋଧରେ ଉପଶବ୍ଦର ବ୍ୟବହାର କରିଛନ୍ତି । ମୁଁ ତଥ୍ୟର ସଂପୂର୍ଣ୍ଣ ।ଯାଞ୍ଚ କରିଛି । ଏହି ଭିଡିଓ ଫୁଟେଜକୁ ମଧ୍ୟ ମୁଁ ସେୟାର କରିଛି । ସେଥିରେ ମୋ ବିରୋଧରେ ଭୁଲ ଶବ୍ଦ ପ୍ରୟୋଗ କରାଯାଇଛି । ରାଗିଣୀ କହିଛନ୍ତି ଯେ, ଆପଣଙ୍କ ପାଖେ କିଛି ଜବାବ ଅଛି କି ରଜତ ଶର୍ମା?

ଏହି ମାମଲାକୁ ନେଇ ସାମ୍ବାଦିକ ରଜତ ଶର୍ମାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ରଜତ ଶର୍ମା ଭିଡିଓରେ ରାଗିନୀଙ୍କ ସହ କଥା ହେବା ବେଳେ ଯୁକ୍ତି କରି ଏବଂ ରାଗିଯାଇ କି ଏପଟ ସେପଟ କହିଦେଇଛନ୍ତି । ରାଗିନୀଙ୍କ ଅଭିଯୋଗ ପରେ ଏହି ଭିଡିଓ କ୍ଲିପକୁ ଲୋକେ ବାରମ୍ବାର ଦେଖୁଥିବା ନଜର ଆସିଛି ।

Get real time updates directly on you device, subscribe now.