fbpx
BJD SKY
BJD SKY

ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ ଗୃହମନ୍ତ୍ରାଳୟ ଲାଗୁକଲା କଟକଣା, ଆଗାମୀ ୬ମାସ ଯାଏଁ କେହି କରିପାରିବେ ନାହିଁ ପ୍ରତିବାଦ

BJD

ଭୁବନେଶ୍ୱର: ପ୍ରତିବାଦ କରି ପାରିବେ ନାହିଁ ସ୍ୱାସ୍ଥ୍ୟକର୍ମଚାରୀ । ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ଏସମା ଲାଗୁ ହେଇଛି । ଯାହା ଦ୍ୱାରା ସ୍ୱାସ୍ଥ୍ୟକର୍ମୀ ମାନେ ଷ୍ଟ୍ରାଇକ କରି ପାରିବେ ନାହିଁ । ଏହାଉଭୟ ସରକାରୀ ଆଉ ଅଣସରକାରୀ ମେଡିକାଲଷ୍ଟାଫ ମାନଙ୍କ ପାଇଁ କାଯ ଲାଗୁ ହୋଇଥିବା ନେଇ ସୂଚନା ମିଳିଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଥିବା ନେଇ ଗୃହମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଜରୁରୀକାଳୀନ ସେବାରେ ବ୍ୟାଘାତ ନ ପହଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ସୂଚନାମୁତାବକ ନର୍ସ,ଫାର୍ମାସିଷ୍ଟ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀ ମାନଙ୍କ ଉପରେ ଏହି କଟକଣା ଲାଗୁ ହୋଇଥିବା ନେଇ ସୂଚନା ମିଳିଛି । ସରକାର କାମ ଛାଡ ଆନ୍ଦେଳନକୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛନ୍ତି । କାରଣ ସ୍ୱାସ୍ଥ୍ୟକର୍ମୀଙ୍କ ଏହି ଆନ୍ଦେଳାନ ଦ୍ୱାରା ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ତେଣୁ ଏହା ପାଇଁ ଜରୁରୀ ସେବା ଆଇନ ୧୯୮୮ ଆଧାରରେ କଟକଣା ଲଗାଯାଇଛି । ଆଗାମୀ ୬ମାସ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଉପରେ କଟକଣା ଲଗାଯାଇଥିବା ସୂଚନା ମିଳିଛି ।ତୃତୀୟ ଏବଂ ଚତୁର୍ଥ ବର୍ଗ ପାଇଁ ଏହି ନିୟମ ଲାଗୁ ହୋଇଛି ।

Get real time updates directly on you device, subscribe now.