fbpx
BSKY
BJD MC SKY
BJD YOUTH SKY

ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଏଠାରେ ଦେଖନ୍ତୁ କେଉଁ ପଦବୀ ପାଇଁ କରିବେ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର କାରଣ ଅନେକ ସରକାରୀ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆପଣମାନେ ଘରେ ବସି ମଧ୍ୟ ଆବେଦନ କରିପାରିବେ । ବର୍ତ୍ତମାନ ଡାକ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ବ୍ୟାଙ୍କରେ ବିଭିନ୍ନ ପଦବୀରେ ନିଯୁକ୍ତି ହେଉଛି । ଆଶାୟୀ ପ୍ରାର୍ଥୀ ନିର୍ଦ୍ଦାରିତ ଉପାୟରେ ଆବେଦନ କରିପାରିବେ ।

ଇଣ୍ଡିଆ ପୋଷ୍ଟ ରିକ୍ରୁଟମେଣ୍ଟ ୨୦୨୧:

ଡାକ ବିଭାଗର ପଶ୍ଚିମ ବଙ୍ଗ ସର୍କଲରେ ଆସିଷ୍ଟାଣ୍ଟ, ସର୍ଟିଙ୍ଗ ଆସିଣ୍ଟାଣ୍ଟ ଏବଂ ପୋଷ୍ଟମ୍ୟାନ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀ ୨୪ ଡିସେମ୍ବର କିମ୍ବା ଏହା ପୂର୍ବରୁ ଜୁରରୀ ଡକ୍ୟୁମେଣ୍ଟ ଅଫଲାଇନରେ ପଠାଇପାରିବେ । ସଂପୂର୍ଣ୍ଣ ବିବରଣୀ ପାଇଁ ଏହି ଲିଙ୍କରେ ଦେଖିପାରିବେ । https://www.indiapost.gov.in/VAS/Pages/Recruitment/IP_15112021_WB.pdf

ଆସିଷ୍ଟାଣ୍ଟ ପ୍ରଫେସର ରିକ୍ରୁଟମେଣ୍ଟ ୨୦୨୧:

ଚିକିତ୍ସା ଶିକ୍ଷା ନିର୍ଦ୍ଦେଶାଳୟ ଆନ୍ଧ୍ର ପ୍ରଦେଶ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି । ତେବେ ଆବେଦନ ପାଇଁ ୯ ଡିସେମ୍ବର ୨୦୨୧ ଶେଷ ତାରିଖ ରହିଛି । ସଂପୂର୍ଣ୍ଣ ବିବରଣୀ ପାଇଁ ଏହି ଲିଙ୍କରେ ଦେଖିପାରିବେ । https://dme.ap.nic.in/

ବ୍ୟାଙ୍କ ଅଫ୍ ବରୋଦା ରିକ୍ରୁଟମେଣ୍ଟ ୨୦୨୧

ବ୍ୟାଙ୍କ ଅଫ ବରୋଦା ସିନିୟର ରିଲେସନସିପ୍ ଅଫିସର ମ୍ୟାନେଜର ଏବଂ ଇ-ୱେଲଥ ରିଲେସନସିପ ମ୍ୟାନେଜର ପଦରେ ପିଯୁକ୍ତି ପାଇଁ ଅନୁଭବୀ ପ୍ରୋଫେସନାଲଙ୍କ ଆବେଦନ ଗ୍ରହଣ କରିଛି । ଆଶାୟୀ ୯ ଡିସେମ୍ବର ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ସଂପୂର୍ଣ୍ଣ ବିବରଣୀ ପାଇଁ ଏହି ଲିଙ୍କରେ ଦେଖିପାରିବେ । https://www.bankofbaroda.in/-/media/Project/BOB/CountryWebsites/India/Career/wms-detailed-advertisement-18-28.pdf

Get real time updates directly on you device, subscribe now.