fbpx

ନଭେମ୍ବର ୨ ପରେ ସମାପ୍ତ ହୋଇପାରେ ନୀତିଶଙ୍କ ଯୁଗ: ବିହାରକୁ ପୁଣି ଲାଲୁ ରାଜ୍ ଫେରିବାକୁ ଚାଲିଛି ବିରାଟ ଷଡ଼ଯନ୍ତ୍ର, ଜାଣନ୍ତୁ ପରଦା ପଛର ସତ୍ୟତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଦୀର୍ଘ ଦିନ ପରେ ଲାଲୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି । ତେଣୁ ଏହି ନିର୍ବାଚନରେ ଦଳ ଅଧିକ ସଂଖ୍ୟକ ସିଟରେ ବିଜୟୀ ହେବା ସହ ରାଜ୍ୟରେ ସରକାର ବଦଳିଯିବ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।

ତେଜସ୍ୱୀ କହିଛନ୍ତି ଯେ, ଜନତାଙ୍କ ଭଲପାଇବା ଲାଲୁଙ୍କୁ ସମସ୍ତଙ୍କ ନିକଟକୁ ଟାଣି ଆଣିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ହେଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଲାଲୁ ଆଜି ହେଲିକପ୍ଟରରେ ଯାଇ କୁଶେଶ୍ୱରସ୍ଥାନ ଓ ତାରାପୁଟ ସିଟରେ ଦଳ ପାଇଁ ପ୍ରଚାର କରିବେ । ଏହି ଅବସରରେ ସେ କିଷାନ, ଯୁବକଙ୍କ ସହ ଚିକିତ୍ସା, ଶିକ୍ଷା କ୍ଷେତ୍ରରେ ହୋଇଥିବା ଭ୍ରଷ୍ଟାଚାର ବିରୋଧରେ ଜନତାଙ୍କୁ ଉଦବୋଧନ ଦେବ । ତେବେ ଏହି ପରିପ୍ରେକ୍ଷୀରେ ତେଜସ୍ୱୀ ରାଜ୍ୟରେ ସରକାର ବଦଳିବା ନେଇ ଇସାରା ଦେଇଛନ୍ତି । ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବା ସମୟରେ ପାଖରେ ସଂଖ୍ୟାଗରିଷ୍ଠ ସଭ୍ୟ ନଥିଲେ, ତଥାପି ସବୁକିଛି ସମ୍ଭବ ହୋଇପାରିଲା । ଉକ୍ତ ଘଟଣାର ପୁନରାବୃତ୍ତି ବିହାରରେ ଦେଖିବାକୁ ମିଳିବ । ପ୍ରଥମେ ନିର୍ବାଚନ ଫଳାଫଳର ପ୍ରଥମ ପାହାଚ ଅତିକ୍ରମ କରିବାକୁ ପଡ଼ିବ । ତା’ପରେ ଯାହାକିଛି କମାଲ ଦେଖିବାକୁ ମିଳିବ । ଏବେ କିଛି କହିହେବ ନାହିଁ, ଆଗାମୀ କାଲିର ରାଜନୀତି ଦେଖିବାକୁ ପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଆସନ୍ତା ନଭେମ୍ବର ୨ ତାରିଖରେ ଉପନିର୍ବାଚନର ଫଳାଫଳ ଘୋଷଣା ହେବାକୁ ସ୍ଥିର ହୋଇଥିବାରୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ୩୦ ତାରିଖରେ କୁଶେଶ୍ୱରସ୍ଥାନ ଓ ତାରାପୁଟ ନିର୍ବାଚନ କ୍ଷେତ୍ରରେ ଉପନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ଏପରି ବୟାନ ପଛରେ କିଛି ସତ୍ୟତା ଲୁଚି ରହିଥିବା ଅନୁମାନ କରାଯାଉଛି । ତେବେ ବହୁଦିନ ପରେ ଲାଲୁ ନିର୍ବାଚନ ମଇଦାନକୁ ଫେରିଥିବାରୁ କଂଗ୍ରେସ କିମ୍ବା ବିଜେପି ସହ ମିଶି ନୀତିଶ କୁମାରଙ୍କୁ ହଟାଇବାକୁ କିଛି ଚାଲ ଚଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.