fbpx

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରପୁରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବାଣ ଦୋକାନରେ ନିଆଁ ଲାଗିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୋକାନ ମାଲିକ ଓ କର୍ମଚାରୀ ସାମିଲ ଅଛନ୍ତି । ଭୟଙ୍କର ଅଗ୍ନିକାଣ୍ଡରେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ଲାଗୁରିଚି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଅଗ୍ନିକାଣ୍ଡରେ ବାଣ ହୋଲସେଲ ଦୋକାନରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ପରେ ସେଠାରେ ବିସ୍ଫୋରଣ ହୋଇଥିଲା । ଧିରେ ଧିରେ ଅନ୍ୟ ଦୋକାନକୁ ନିଆଁ ବ୍ୟାପିଥିଲା । କିନ୍ତୁ ଦୋକାନରେ ନିଆଁ କେମିତି ଲାଗିଲା, ତାହା ଜଣା ପଡ଼ିନି । ଅନେକ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । ଘଟଣାକୁ ନେଇ ଗଭୀତ ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏହା ସହ ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେବାକୁ ସେ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.