fbpx

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଆଦେବନ କଲେ ଦ୍ରାବିଡ଼, ଖୁବଶୀଘ୍ର ଅନ୍ୟ ସମସ୍ତ କୋଚ୍‌ଙ୍କ କରାଯିବ ଚୟନ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ଆନୁଷ୍ଠାନିକ ଭାବେ ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ଦରଖାସ୍ତ ଦାଖଲ କରିଛନ୍ତି । ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ପାଇଁ ନୂଆ ମୁଖ୍ୟ କୋଚ ଚୟନ କରାଯିବ । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟନ୍ତ ଶାହ ପୂର୍ବରୁ ଦ୍ରାବିଡଙ୍କ ସହିତ ଆଲୋଚନା କରି ଏହି ପଦବୀରେ ନିଯୁକ୍ତ କରିବା ପ୍ରାୟତଃ ଚୂଡାନ୍ତ ହୋଇ ସାରିଛି । କେବଳ ଔପଚାରକତା ଦୃଷ୍ଟିରୁ ଦ୍ରାବିଡ ଆବେଦନ ଦାଖଲ କରିଛନ୍ତି ।

ଏହା ସହିତ ଭାରତୀୟ ଦଳର ଅନ୍ୟ କୋଚ ପାଇଁ ମଧ୍ୟ ଏକାଧିକ ବ୍ୟକ୍ତି ଆବେଦନ କରିଥିବା ବେଳେ ଖୁବଶୀଘ୍ର ଏହା ଚୂଡାନ୍ତ କରାଯିବ । ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅନ୍ୟ ସମସ୍ତ କୋଚଙ୍କର କାର୍ଯ୍ୟକାଳ ଏକ ସମୟରେ ସମାପ୍ତ ହେବାକୁ ଯାଉଛି । ତେଣୁ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ବେଳେ ଭାରତୀୟ ଦଳକୁ ନୂଆ କୋଚଙ୍କ ସହିତ ଡ୍ରେସିଂ ରୁମରେ ଦେଖିବାକୁ ମିଳିବ । ଦ୍ରାବିଡ ମୁଖ୍ୟ କୋଚ ନିଯୁକ୍ତ ହେବା ପରେ ବର୍ତ୍ତମାନ ନ୍ୟାସନାଲ କ୍ରିକେଟ ଏକାଡେମୀ ପଦରୁ ଇସ୍ତଫା ଦେବେ । ତେଣୁ ତାଙ୍କ ସ୍ଥାନରେ ମଧ୍ୟ ଆଉ ଜଣେ ଯୋଗ୍ୟ ତଥା ଦକ୍ଷ ବ୍ୟକ୍ତିଙ୍କୁ ଏହି ପଦରେ ଅବସ୍ଥାପିତ କରାଯିବ ।

Get real time updates directly on you device, subscribe now.