fbpx

ଖୁସି ଖବର! ଆଗାମୀ ୧୦୦ ଦିନରେ ୩୫ ହଜାର କୋଟି ବାଣ୍ଟିବେ ସରକାର; ଏହିମାନେ ପାଇବେ ଫାଇଦା

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଅନେକ ସମୟରେ କିଛିଟା ବଡ ନିଷ୍ପତ୍ତି ନିଆଯାଇଥାଏ । ବର୍ତ୍ତମାନ ବ୍ୟାଙ୍କରେ କୋଟି କୋଟି ଟଙ୍କା ରହିଛି, ଯାହାର ମାଲିକ କେହି ନାହାନ୍ତି । ତେଣୁ ଏହିସବୁ ଟଙ୍କାକୁ ସରକାର ବାଣ୍ଟିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଟଙ୍କା ସମସ୍ତଙ୍କୁ ମିଳି ପାରିବ ନାହିଁ । ଏକ ବିଶେଷ ଅଭିଯାନରେ ଏହି ଟଙ୍କା ସରକାର କିଛିଟା ଆକାଉଣ୍ଟକୁ ପଠାଇବେ । ଚଳିତବର୍ଷ ଜୁନ ପହିଲାରୁ ହିଁ ଏହି ଯୋଜନା ଆରମ୍ଭ ହେବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଗତ ୧୦ବର୍ଷରୁ ନିଷ୍କ୍ରିୟ ହୋଇ ପଡି ରହିଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ମାଲିକହୀନ ଜମା ରାଶି ବୋଲି କୁହାଯାଏ । ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଥିାପଇଁ କେହି ଦାବି ନ କରିବାରୁ ଏହି ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ରିଜର୍ଭ ବ୍ୟାଙ୍କର ‘ଜମାକର୍ତ୍ତ ଶିକ୍ଷଣ ଏବଂ ସଚେତନତା’ ପାଣ୍ଠିକୁ ପଠାଇ ଦିଆଯାଏ । ତେବେ ଏହି ଆକାଉଣ୍ଟଗୁଡିକୁ ଶେଷ କରିବା ପାଇଁ ସମସ୍ତ ବ୍ୟାଙ୍କ ଦେଶର ପ୍ରତ୍ୟେକ ଜିଲ୍ଲାରେ ୧୦୦ଟି ମୁଖ୍ୟ ଆକାଉଣ୍ଟ ଚିହ୍ନଟ କରିବେ । ଏହି ଅଭିଯାନ ୧୦୦ ଦିନ ଧରି ଚାଲୁ ରହିବ ବୋଲି ଜାଣିବାକୁ ମିଳିଛି । ନିକଟରେ ଏକ କେନ୍ଦ୍ରୀୟ ପୋର୍ଟାଲ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ଯୋଜନାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ୨୦୨୩, ଫେବୃଆରୀ ସୁଦ୍ଧା ପ୍ରାୟ ୩୫,୦୦୦ କୋଟି ଟଙ୍କା ରିଜର୍ଭ ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଛି । ଏହି ଆକାଉଣ୍ଟରେ ଗତ ୧୦ ବର୍ଷରୁ କୌଣସି ଟ୍ରାଞ୍ଜାକ୍ସନ ହୋଇ ନଥିବା ରେକର୍ଡ ହୋଇଛି । ଏ ସମସ୍ତ ଟଙ୍କା ଚିହ୍ନଟ ହୋଇଥିବା ୧୦୦ଟି ଆକାଉଣ୍ଟକୁ ପଠାଯିବ ।

ସୂଚନା ଥାଉ କି, ଗତମାସରେ ଆରବି ତରଫରୁ କୁହାଯାଇଥିଲା ଯେ, ଆସନ୍ତା ୩-୪ ମାସ ଭିତରେ ଏହି ପୋର୍ଟାଲ ପ୍ରସ୍ତୁତ କରାଯିବ । ତେବେ ଏହି ଟଙ୍କା ହେଉଛି ସେହି ବ୍ୟକ୍ତିମାନଙ୍କର, ଯେଉଁମାନେ ସାମ୍ପ୍ରତିକ ବା ସଞ୍ଚୟ ଆକାଉଣ୍ଟ ବନ୍ଦ କରିବାରେ ବିଫଳ ହୋଇଛନ୍ତି । ସେହିପରି ମୃତ ଜମାକାରୀଙ୍କ ଟଙ୍କାକୁ ଦାବି କରିବା ପାଇଁ କେହି ନୋମିନୀ କିମ୍ବା ଆଇନଗତ ଉତ୍ତରାଧିକାରୀ ନଥିବାରୁ ଏହି ଟଙ୍କା ରିଜର୍ଭ ବ୍ୟାଙ୍କକୁ ଟ୍ରାନ୍ସଫର କରି ଦିଆଯାଇଛି ।

Get real time updates directly on you device, subscribe now.