fbpx

ରାଜ୍ୟର ସରକାରୀ ମେଡିକାଲ କଲେଜରେ ବୃଦ୍ଧିହେବ ଫିସ୍, ଆଗକୁ ପ୍ରାଇଭେଟରେ ମଧ୍ୟ ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ମହଙ୍ଗା ହେବ ସରକାରୀ କଲେଜରେ ମେଡିକାଲ ପାଠପଢ଼ା । ରାଜ୍ୟର ଛାତ୍ରଛାତ୍ରଙ୍କୁ ଏବେ ଦେବାକୁ ପଡ଼ିବ ଅଧିକ ଫିସ୍ । ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଫିସ୍ ୪୯ ପ୍ରତିଶତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ସେହିପରି ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ୨୭ ପ୍ରତିଶତରୁ ଅଧିକ ଫିସ୍ ବୃଦ୍ଧି କରାଯାଇଛି । ତେବେ ଏହି ଫିସ୍ ବଢ଼ିବା ଅଭିଭାବକଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଅନେକ ମତ ଦେଉଛନ୍ତି ଯେ, ରାଜ୍ୟରେ ଫିସ୍ ଅଧିକ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ବିଦେଶକୁ ଯାଇ ପାଠ ପଢ଼ୁଛନ୍ତି । ବର୍ତ୍ତମାନ ୟୁକ୍ରେନରେ ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମେଡିକାଲ ଫିସ୍ ବୃଦ୍ଧି କରିବା ନିହାତି ଚିନ୍ତାର ବିଷୟ । ତେବେ ସରକାରୀ କଲେଜର ଫିସ୍ ବୃଦ୍ଧିକୁ ଦେଖି ଏବେ ଘରୋଇ କଲେଜମାନେ ମଧ୍ୟ ଫିସ୍ ବୃଦ୍ଧି କରିବାକୁ ଅଣ୍ଟା ଭିଡ଼ୁଥିବା ଦେଖିବାକୁ ମିଳିଲାଣି ।

Get real time updates directly on you device, subscribe now.