fbpx

ତଳିତଳାନ୍ତ ଅବସ୍ଥାରେ ରୁଷ, ଦେଶରେ Visa ଓ Mastercard ସେବା ମଧ୍ୟ ହେଲା ବନ୍ଦ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ହମଲା କରିବା ପରଠାରୁ ରୁଷକୁ ଏକ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି । ଆମେରିକାର ନେତୃତ୍ୱରେ ପଶ୍ଚିମ ଦେଶ ଗୁଡ଼ିକ ରୁଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଲାଗିଛି । ଏବେସୁଦ୍ଧ ଅନେକ ସେବା ବନ୍ଦ କରାଯାଇଛି । ଏହି କ୍ରମରେ ଶନିବାର ଦିନ ଭିସା ଓ ମାଷ୍ଟରକାର୍ଡ ପକ୍ଷରୁ ରୁଷରେ ନିଜ ସେବା ବନ୍ଦ କରିବା ନେଇ ଘୋଷଣା କରିଛି । କ୍ରେଡିଟ୍ କାର୍ଡ ଓ ଅନଲାଇନ୍ ପେମେଣ୍ଟ୍ ଦୁନିଆରେ ସବୁଠୁ ବଡ଼ କମ୍ପାନୀ Visa ଓ Mastercard ମଧ୍ୟ କହିଛି ଯେ, ରୁଷର ବ୍ୟାଙ୍କରେ ଜାରି କରାଯାଇଥିବା ତାଙ୍କ କାର୍ଡ ରୁଷ ବାହାରେ ବି କାମ କରିବା ନାହିଁ ।

ଭିସା ମଧ୍ୟ ନିଜର ଏକ ବୟାନରେ କହିଛି ଯେ, କମ୍ପାନୀ ନିଜର ସମସ୍ତ ଗ୍ରାହକ ଓ ଅଧିକାରୀଙ୍କ ସହିତ ରୁଷରେ ସମସ୍ତ ନେଣଦେଣକୁ ରୋକିବା ଉପରେ କାମ କରୁଛି । ଏହାପରେ ରୁଷରେ କୌଣସି ପ୍ରକାର ନେଣ ଦେଣ ହୋଇପାରିବ ନାହିଁ । ରୁଷ ବାହାରେ ଜାରି କରାଯାଇଥିଲା ଭିସା କାର୍ଡରୁ ମଧ୍ୟ ରୁଷରେ କୌଣସି ଟ୍ରାନଜାକ୍ସନ୍ ହୋଇପାରିବ ନାହିଁ । କମ୍ପାନୀ ସଫା ସଫା କହିଛି ଯେ, ଏହି ରୋକ୍ କେବଳ ଆଉ କେବଳ ୟୁକ୍ରେନ ଉପରେ ଯୁଦ୍ଧକୁ ନେଇ କରାଯାଇଛି ।

ତେବେ ଭିସା ଓ ମାଷ୍ଟରକାର୍ଡ ରୁଷରେ ନିଜର ସେବା ବନ୍ଦ କରିବା ନିଷ୍ପତ୍ତି ଉପରେ ରୁଷର ସରକାରୀ ବ୍ୟାଙ୍କ କହିଛି ଯେ, ଏହାଦ୍ୱାରା ରୁଷର ଏସବିଇଆର ବ୍ୟାଙ୍କରୁ ଜାରି ହୋଇଥିବା କାର୍ଡ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏସବିଇଆର୍ ବ୍ୟାଙ୍କ ନିଜର ଏକ ବୟାନରେ କହିଛି ଯେ, ଇଣ୍ଟରନ୍ୟାସନାଲ୍ ପେମେଣ୍ଟ ସିଷ୍ଟମ୍ ଭିସା ଓ ମାଷ୍ଟରକାର୍ଡ ପକ୍ଷରୁ ରୁଷରେ ନିଜର ଅପରେସନ୍ କୁ ସୀମିତ କରିବାର ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.